ବୁଦ୍ଧ ସୈନ୍ଯ ଆସ ଯୁଦ୍ଧେ ଶାସ୍ତ୍ର ଫାଶ
ଶୁଦ୍ଧ ଚିତ ଅସ୍ତ୍ର ନେଇ,
ଗର୍ବ ପରବତ ଖର୍ବ କରିଦିଅ
ମସୀ ଅସି ହସ୍ତେ ଥାଇ ।
ରୁଦ୍ଧ ବାୟୁ କରି ସିଦ୍ଧି ଖଡ୍ଗ ଧରି
ଟାଳି ଦିଅ କଳି ରୂପ,
ବିଧି ମନ୍ତ୍ର ନେଇ ଭାଷା ଯନ୍ତ୍ର ଦେଇ
ଆସ ସାହିତ୍ଯିକ ନୃପ ।
ଅସି ଠାରୁ ମସୀ ତୀକ୍ଷ୍ନ ବୀର ଦୃଷ୍ଟି
କବି ବୀର ବର ସତ୍ୟ,
କାପୁରୁଷ ପଣେ ପଛଘୁଞ୍ଚା ରଣେ
ସ୍ବାର୍ଥପରି ନୁହଁ ବାକ୍ଯ ।
ଲୋଭ ହିଂସା ଗୁଣେ ଜନମ ହେଉଛ
ଧିକ୍କାର ତୁମ ସାଧନା,
ସାହିତ୍ୟିକ ବୋଲି ଡିଣ୍ଡିମ ପିଟୁଛ
ସତ୍ୟକୁ କରୁଛ ଘିନା ।
ମାନ ସନମାନ ପାଇବା ଆଶାରେ
ନିଜ ବୁଦ୍ଧି ବିକ୍ରି କର,
ଟଙ୍କା ଦେଇ ତୁମେ ସୁନାମ କିଣୁଛ
ଧିକ୍କାର ଜ୍ଞାନ ବେପାର ।
ସାହିତ୍ୟ ଯୁଦ୍ଧରେ ବୁଦ୍ଧ କି ହୋଇବ
ବେପାରୀ ପାଦକୁ ସେବ,
ସୁସାହିତ୍ଯିକ କି ଆଉ ଜନମିବେ
ସାହିତ୍ୟ ବେପାର ହେବ ।
କବି ପଣେ ରବି ସତ୍ୟ ଗୁଣ ଛବି
ଅମାପ ଅମାର ଜ୍ଞାନ,
ଠକି ଭଣ୍ଡିବାକୁ ଜନମ ନେଲେଣି
ଅଣସାହିତ୍ୟିକ ଜନ ।
ଟଙ୍କା ଅଛି ଯଦି ମାନପତ୍ର ଅଛି
କବିତା ଛାପିବେ କବି,
ସାହିତ୍ୟ ମାନରେ କଳଙ୍କ କଲଣି
କବି ପଣ ଯିବ ଲିଭି 

ରଚନା : ଭଜରାମ ସେଠୀ

ଠିକଣା : ଗଂଜାମ,ଆସିକା,ନିରାଳ ଦୂରଭାଷ : 9566876504