ହେ ବୀର ଯବାନ
ତୁମେତ ମହାନ
ମହାନ ତୁମର ଗାଥା ,
ଶୁଣି ଶୁଣି ତୁମ
ତ୍ୟାଗ ପରାକାଷ୍ଠା
ନଇଁ ଯାଏ ମୋର ମଥା ।

ଭୁଲି ପରିବାର
ଆତ୍ମିୟ ସୋଦର
ଆଦରର ପିତାମାତା ,
ଜନମ ମାଟିର
ସୁରକ୍ଷା ପାଇଁ ତ
ଜାଲୁଛ ନିଜର ଚିତା ।

ଶତ୍ରୁର ଗୁଳିକୁ
ନ ଡରି ତିଳେ
ଡେଉଁଛ ଯୁଦ୍ଧ ଅନଳେ ,
ନାହିଁ ଭୟ ତିଳେ
ତୁମରି ମନେ
ଶତ୍ରୁ ନାଶ ବୁଦ୍ଧିବଳେ ।

ଖାତିର କରୁନ
ପ୍ରଚଣ୍ଡ ଉତ୍ତାପ
ହରାଇ ପାରୁନି ଶୀତ ,
ବରଷାର ଧାରା
ଲିଭାଇ ପାରେନା
ତୁମରି ଜ୍ୱଳନ୍ତ ଚିତ୍ତ ।

ଜଳ ,ସ୍ଥଳ ,ନଭ
ସବୁଠାରେ ତୁମେ
ବୀର ଦର୍ପରେ କାର୍ଯ୍ୟ କର,
ତୁମରି ବୀର ତା
ଦୃଢ଼ ମନୋବଳେ
ଭାଙ୍ଗି ଯିବେ ଶତ୍ରୁ ଛାର ।

ସରସ୍ବତୀ ପଣ୍ଡା, ମଙ୍ଗଳପୁର, ଯାଜପୁର
ମୋ- ୭୬୦୮୯୪୦୮୨୩


ରଚନା : Saraswati Panda

ଠିକଣା : Mangal pur, Jaipur, Kanika pada_755011,   ଦୂରଭାଷ : 7608940823