କବିତା - ତୁମେ ନାଉରିଆ ମୁଁ ଏକା ତରଣୀ - ପ୍ରଦୀପ କୁମାର ପ୍ରଧାନ

0
ତୁମେ ନାଉରିଆ ମୁଁ ଏକା ତରଣୀ
ଏହି ଭବ ପାରବାରେ,
ପାରି କରି ଦିଅ ତରଣୀ ଟି ମୋର
ମଙ୍ଗୁଆଳ ସାଜି ଥରେ ।।

ଆସୁ ଯେତେ ଝଡ଼ ଅଦିନ ତୋଫାନ
ତହିଁ କୁ ନାହିଁ ମୋ ଡର,
ତୁମରି କରୁଣା କେଭେ ନୋହୁ ଊଣା
ଆଶ୍ରା ଥାଉ ଶ୍ରୀ ପୟର ।।


ରଚନା : ପ୍ରଦୀପ କୁମାର ପ୍ରଧାନ

ଠିକଣା : ଅଧ୍ୟାପକ, ଇଂରେଜୀ ବିଭାଗ, ଡି.ଏ.ଭି. ପବ୍ଲିକ ସ୍କୁଲ, ବ୍ରହ୍ମପୁର,  ଦୂରଭାଷ : ୮୭୬୩୬୨୯୨୮୨

Post a Comment

0Comments
Post a Comment (0)