
ମାତା ଗର୍ଭେ ଥାଇ କରୁଛି ଗୁହାରୀ
ଶୁଣ ଗୋ ଜନକ ମୋର
ଝିଅ ବୋଲି ମୋତେ କରନାହିଁ ପର
ମୁଁ ପରା ତୁମ ରକ୍ତର ll
ତୁମ ସ୍ନେହ ଶ୍ରଦ୍ଧା ଟିକିଏ ପାଇଲେ
ହେବି ମୁଁ ଜଗତ ଜିତା
ସବୁ କାମରେ ମୁଁ ଆଗଭର ହେବି
ସତ ମୁଁ କହୁଛି ପିତା ll
ମନ ଦେଇ ମୁଯେ ପଢ଼ିବି ପାଠ
ମାନିବି ତୁମ ଆଦେଶ
ତୁମର କାମ ସବୁ ମୁଁ କରିବି
ନ କରିବି ଅବଶୋଷ ll
ଶରୀର ଅସୁସ୍ଥ ଯେବେ ହେଉଥିବ
ତୁମର ସେବା କରିବି
ଘର କାମ ପଛେ ସବୁ ମୁଁ କରିବି
ମନା କେବେ ନ କରିବି ll
ମା 'ଙ୍କୁ ଯନ୍ତ୍ରଣା ଦିଅ ନାହିଁ ବାପା
ମୋତେ ପର କର ନାହିଁ
ଆଜିର ଦିନରେ ପୁଅ ଝିଅ ଦୁହେଁ
ସାନ ବଡ କେହି ନାହିଁ ll
ଝିଅ ହୋଇଥାଏ ପିତାଙ୍କର ମାନ
ପୁଅ ତ ଦାୟାଦ ସିନା
ଝିଅ ନ ଥିଲେ ତ ଘର କି ସୁନ୍ଦର
ନ କର ତୁଛ ଭାବନା ll
ସୂର୍ଯ୍ୟାଲୋକ ମୋତେ ଦେଖିବାକୁ ଦିଅ
କୋଳରେ କୋଳେଇ ନିଅ
ପିତା ମାତାଙ୍କର ଶ୍ରଦ୍ଧାରେ ବଢିଲେ
ନା, ରଖିବ ତୁମରି ଝିଅ ll