ବେଳେ ବେଳେ ମୁଁ ଭାଙ୍ଗିଯାଏ
ଖଣ୍ଡ ଖଣ୍ଡ ଟୁକୁରା ଟୁକୁରା ହୋଇଯାଏ
କିଏ ସିଏ ?
ସବୁ ଟୁକୁରାକୁ ଯୋଡି ଦିଅନ୍ତି
ଭଙ୍ଗା ମୁଁ ଟା କୁ ପୁରା ମୁଁ କରି ଦିଅନ୍ତି
ସଦା ସର୍ବଦା ମୋ ଅନ୍ତରେ
ଜବରଦସ୍ତ ଘର କରିଥାଆନ୍ତି
ଭଲ ମନ୍ଦ ର ଠିକଣା ବତାଇ ଦିଅନ୍ତି
ସମୟର ଚୋରାବାଲି ରେ
ପାଦ ଖସିଗଲେ
ଦୃଢ ରଜ୍ଜୁ ରେ ମତେ ଉଠାଇ ଆଣନ୍ତି
କେମିତି କହିବି ?
କି ସମ୍ପର୍କ ତାଙ୍କର ମୋହର
ସବୁ ସମ୍ପର୍କର ଅନେକ ଉର୍ଦ୍ଧ୍ବ ରେ
ବନ୍ଧୁ ଭ୍ରାତା ମାତା ପିତା ସନ୍ତାନ ସନ୍ତତି
କିଛି ଵି ନୁହନ୍ତି
ପୁଣି ଏକ ମାତ୍ର ସିଏ
ସମସ୍ତ ଙ୍କ ମଧ୍ୟ ରେ ନିଜ ରୂପ ପ୍ରକଟ କରନ୍ତି।


ରଚନା : ମମତା ଶତପଥୀ

ଠିକଣା : ଗ୍ରାମ- ଚାଟରା ଶାସନ, ପୋଷ୍ଟ- ଗୋପାଳଜୀଉ ପାଟଣା, ଜିଲ୍ଲା - କେନ୍ଦ୍ରାପଡା, ପିନ- ୭୫୪୨୫୦ ଦୂରଭାଷ :