ଦିନ ପରେ ଦିନ ହୁତ ହୁତ ବଢେ
ପିଆଜ ଶହେ ଚାଳିଶି
ଶୁଣି ଶୁଣି ଖାଲି ଆଶ୍ୱାସନା ମିଳେ
ସିଝା ମୁଁ ଖାଉଛି ବସି ।।
ରୋଗଣା ଲାଗୁଛି ଛତିଆ ପାଟିକୁ
ଗଲା ସିନା କାର୍ତିକ ଟା
କାନ୍ଦି କନ୍ଦାଉଛି ପିଆଜର ଦର
ଅଭାବି ର ଜୀବନଟା ।।
ସୁଲଭ ମୂଲ୍ୟରେ ମିଳୁନି ତ' କିଛି
ମାର୍କେଟେ କି' ଅବା ହାଟେ
ଏକ ଟଙ୍କାରେ ମୁଁ ଖାଉଛି ଚାଉଳ
ଦି'ଓଳି ଭାତ ରୁ ପେଟେ ।।
ଆକାଶ ଛୁଆଁ ଏ' ଦର ଦାମ ଦେଖି
ଉଡିଯାଏ ମୋର ହଂସା
ନଗେଇ ଖାଉଛି ଲୁଣ ଲଙ୍କା ନେଇ
ଧରି ଯେ' ପଖାଳ କଂସା ।।
ବାଡ଼ି ଘରେ ଥିବା ଶାଗ,ମୁଗ ଖାଇ
ରଖିଛି ଜୀବନ ଟି' କୁ
ଝାଟି ମାଟି ଧରି ପଡି ରହି ଥିଲେ
ଶୁଣିଛି ମିଳିବ ସବୁ ।।
"ମାଡ଼ ହାଣ୍ଡି" ପରି ପୋଖରୀ ପାଣିରେ
ଖୋଜିନି ଆଳସ୍ୟ ଦୁଃଖ
କର୍ମ ତତ୍ପରରେ ପୂର୍ଣ୍ଣ କରି ଆଶା
ଆତ୍ମାନୁଭୂତି ର ପାଖ ।।
ଯେତେ ବିଷ ଗାଳି ହନ୍ତସନ୍ତ ହେଲେ
କି' ଲାଭ ହେବ ରେ ଭାଇ
ଶାସନ କଳକୁ ଯେତେ ନିନ୍ଦିଲେ ବି'
ସାଉଁଟିବୁ ନାହିଁ ନାହିଁ ।।

ଛବିରାଣୀ ପତି,
ମଧ୍ୟ ଶାସନବିରିଡି, ଜଗତସିଂହପୁର ।।
ଫୋନ - ୯୩୩୭୯୬୦୦୬୦