ପାଟଳୀପୁତ୍ରର ନାଭିକୁମାର ନାମକ ଜଣେ ବ୍ଯକ୍ତି ସବୁଠାରୁ ଧନୀ ଭାବରେ ଗଣା ହେଉଥିଲେ । ଏତେ ଧନ ସମ୍ପତ୍ତି ଥାଇ ମଧ୍ୟ ସେ କେବେ କାହାରିକୁ ଦାନ ଦେଉନଥିଲେ । ବହୁତ ଵ୍ଯକ୍ତି ତାଙ୍କୁ ଏହି ବିଷୟରେ ଵହୁତ କହିଲେ , କିନ୍ତୁ ସେ ଏଥିପ୍ରତି ଧ୍ଯାନ ଦେଉନଥିଲେ । ଦିନେ ତାଙ୍କ ଘରକୁ ଜଣେ ଚୋର ଚୋରି କରିବାକୁ ଗଲା । ଚୋରଟି ଵହୁତ ସାବଧାନରେ ଘରର ସମସ୍ତ ଆସଵାଵ ପତ୍ର ଏକତ୍ର କଲା ଏବଂ ଏହାକୁ ଏକ ଜାଗାରେ ଵାନ୍ଧି ପୁଟୁଳି କଲା । ପୁଟୁଳିକୁ ମୁଣ୍ଡ ଉପରେ ରଖିବା ମାତ୍ରେ ସେ ପଡିଗଲା ଏବଂ ଶଦ୍ଦ ହେଵା ମାତ୍ରେ ନାଭିକୁମାରଙ୍କ ଆଖି ଖୋଲିଗଲା । ସେ ଚୋର ପାଖକୁ ଗଲା ଏବଂ ପୁଟୁଳି ଉଠାଇବାରେ ତାକୁ ସାହାଯ୍ୟ କଲା । ଚୋରଟି ଡ଼ରରେ କମ୍ପିଵାକୁ ଲାଗିଲା  । ଏହା ଦେଖି ନାଭିକୁମାର କହିଲା, ଡ଼ର ନାହିଁ, ତୁମେ ଏହା ସବୁ ନେଇ ଯାଇପାର । କିନ୍ତୁ ତୁମେ ମୋ ପରି ଲାଗୁଛ । ମୁଁ ମୋର ଜମା ଧନ ଦିନେ ହେଲେ କାହା ପାଇଁ ଵାହାର କରିନାହିଁ । ତେଣୁ ମୋ ଧନ ବି ମୋ ଉପରେ ଵୋଝ ସଦୃଶ ଲାଗୁଛି । କିନ୍ତୁ ତୁମେ ଯଦି ମୋ ପରି ନ କରି ପୁଟୁଳିରୁ କିଛି ଦ୍ରବ୍ଯ କାଢିନେବ ତେବେ ତୁମ ପାଇଁ ଏହାକୁ ଉଠାଇବା ସହଜ ହୋଇଯିଵ । ତା' ପରେ ତୁମେ ଏ ସାମଗ୍ରୀ ନେଇଯାଇ ପାରିବ । ଚୋର ଏହା ଶୁଣି କାବା ହୋଇଗଲା । ସେ ପ୍ରାୟଶ୍ଚିତ କରିଵାକୁ ଚାହିଁଲା ଏବଂ କହିଲା ଆପଣ ଏସଵୁ ଫେରାଇ ନିଅନ୍ତୁ ଏବଂ ମୋତେ କ୍ଷମା କରି ଦିଅନ୍ତୁ । ନାଭିକୁମାର କହିଲା, ତୁମକୁ ଏକ ସର୍ତ୍ତରେ କ୍ଷମା କରାଯାଇପାରେ । ତୁମେ ଏଥିରୁ କିଛି ଧନ ନେଇ କିଛି କାମ ଧନ୍ଦା ଆରମ୍ଭ କରିଦିଅ । ଏହିପରି ହେଲେ ମୋର ଧନ ଅନ୍ଯର ଉପକାରରେ ଲାଗିଯିବ ଏବଂ ତୁମର ଜୀବନ ମଧ୍ୟ ଵଦଳିଯିବ । ଚୋର ମଧ୍ୟ ଏହାହିଁ କଲା । ନାଭିକୁମାର ସେହିଦିନଠାରୁ ଲୋକଙ୍କୁ ସହାୟତା କରିବା ଆରମ୍ଭ କଲା ।

ସଂଗ୍ରହକାରୀ-ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ବର, ମୋ-୯୮୫୩୧୪୨୫୧୦