ଅଦିନରେ ଯଦି ମୋ ଜୀବନ ଦୀପ
ଆକସ୍ମିକ ଗଲା ଲିଭି
ଦୁଇଟୋପା ଲୁହ ଢାଳିଦେଵ ପ୍ରିୟା
ଥରେ ମୋ କଥାକୁ ଭାବି ।

ସେଇ ଲୁହ ଧାର ମୋ ପାଇଁକି ହେବ
ଗଙ୍ଗାର ପବିତ୍ର ନୀର
ସରଗର ବାଟ ଯିବା ପାଇଁ ମୋତେ
ମିଳିଯିବ ଅବସର ।

ମୋ ରାଣ ତୁମକୁ ତୁମ ହୃଦୟରୁ
ଲିଭେଇ ଦେବ ମୋ ଛବି
ଅଦିନରେ ଯଦି ମୋ ଜୀବନ ଦୀପ
ଆକସ୍ମିକ ଗଲା ଲିଭି ।

ବସିବନି ଆଉ ମୋ ବାଟ ଅନେଇ
ନୂଆ ବାଟ ବାଛି ନେବ
ସିଂଥିରେ ଲାଗିଲେ ସୁହାଗ ସିନ୍ଦୂର
ସବୁ କିଛି ପାଇଯିବ ।

ତୁମରି ଓଠରେ ହସ ଝଲସିଲେ
ମୁଁ ନିଶ୍ଚେ ଖୁସିହେବି
ଅଦିନରେ ଯଦି ମୋ ଜୀବନ ଦୀପ
ଆକସ୍ମିକ ଗଲା ଡୁବି ।


ରଚନା : ସିଦ୍ଧେଶ୍ବର ତ୍ରିପାଠୀ

ଠିକଣା : କୁଣ୍ଡିଲୋ, କେରଙ୍ଗ, ଖୋର୍ଦ୍ଧା,  ଦୂରଭାଷ : 8018646704