
ପ୍ରେମ ଶୁଣାଏ ନୀତି,
ମର୍ମ ଶୁଣାଏ ସାନ୍ତ୍ୱନାର ପ୍ରୀତି
ମନୁ ପୋଛି ଦେଇ ଭୀତି.
ପ୍ରତି ସକାଳର ଶୁଭ ଘଣ୍ଟି ବାଜେ
ପ୍ରେମର ବନ୍ଦନା କରି,
ଅସାର ଜୀବନେ ଆଶାର ଆଲୋକ
ଏଇ ପ୍ରେମ ଦିଏ ଭରି.
କ୍ଷୁବଧ ପରାଣେ ପ୍ରେମର ଗୀତ
ତେଜି ଦିଏ ଘ୍ରୁଣା ଭାବ,
ସକାଳ ଭ୍ରମଣ ଅଟେ କେଡେ ହିତ
ଶୁଣାଏ ଶାନ୍ତ ବିଭାବ.
ମନୁ ପୋଛି ଦିଏ ଘ୍ରୁଣାର ବାଦଲ
ସ୍ନେହର ସୁରୁଜ ଉଇଁ,
କେବେ କି ଆସିବ ସ୍ୱପ୍ନର ସକାଳ
ଯୁଗଳର ଦ୍ୟୁତି ନେଇ.
ପ୍ରେମିକ ବିଚାର ମନୁ ନିୟାନ୍ତର
କିସ ଅଘଟଣ କୁହ,
ପ୍ରେମର ସଙ୍ଗୀତ ପୋଛି ଦିଏ କ୍ଷଣେ
ଇର୍ଷାର ଯେତେ କୋହ.
[ପୁରୁଣା ଡାଏରୀରୁ ତା୫/୧/୦୮]