ଭ୍ରମଣ କାହାଣୀ - ଚକରା ଆଉ ମୁଁ - ରାଜେଶ କୁମାର ବାରିକ

0

କଲେଜ୍ ରୁ ଆରମ୍ଭ କରି କର୍ମମୟ ଜୀବନର ରେ ମୋ ସହ ଯୋଡି ହୋଇଛି ଚକରା । ସମୟର ଅଙ୍କା ବଙ୍କା ନଈ ରେ ଡଙ୍ଗାର ଆହୁଲା ମାରି ମାରି ଗୁଜରାଟ୍ ରେ ୫ବର୍ଷ ବିତି ସାରିଥାଏ। ଦୁହେଁ ସିନା ଏକଠି ଆସିଥିଲୁ ସମୟର ଗଡାଣି ଉଠାଣି ଭିତରେ ନିଜେ ନିଜର କ୍ୟାରିଅର ସାଥେ ଅଲଗା ରହୁଥିଲୁ । ଅଫିସ୍ ରୁ ରୁମ୍ ଆଉ ରୁମ୍ ରୁ ଅଫିସ୍ ଭିତରେ ଅନେକ ଥର ଚେଷ୍ଟା କରି ମଧ୍ଧ ବାହିରକୁ ବୁଲିଜିବାର ପ୍ରଗରାମ କରି ବିଫଳ । ସତେ ଜେମିତି ଜୀବନଟା ଗୋଟେ ସ୍ବାଦ ହିନ ହୋଇଯାଇଥାଏ । ରବିବାର ଛୁଟିରେ ଦେଖା ଛୁଆଁ ଆଉ ତାପରେ କାମ ଖାଲି କାମ । 



ହଠାତ୍ ସେଦିନ ଚକରାର ଫୋନ୍ ଆସିଲା । କହିଲା ରାଜେଶ ଅଗଷ୍ଟ୧୪ ଛୁଟି ନେଇନେ ଏମିତିରେ ବି ୧୫ଅଗଷ୍ଟ ଛୁଟି ରହିବ ଦୁହେଁ ମିଶି ସୋମନାଥ ଯିବା ମୁଁ ଟ୍ରେନ୍ ଟିକେଟ୍ ଆଉ ହୋଟେଲ୍ ବୁକ୍ କରିସାରିଛି । ଖୁସିରେ ତା ହଁରେ ହଁ ମିଶାଇବା ଛଡା କିଛି ନଥାଏ । ୧୪ ରେ ଯିବୁ ହୋଟେଲ୍ ରେ ରହି ୧୫ ରେ ସୋମନାଥ ଦର୍ଶନ କରି ଫେରିଆସିବୁ । ସବୁ ଯୋଜନା ମୁତାବକ ହେଲା । ସକାଳ ୮ ରେ ଅହମଦାବାଦ ରେଲଓ୍ବେ ଷ୍ଟେସନ୍ ରୁ ସୋମନାଥ ଯୋଗେ ଟ୍ରେନ୍ ଚଢି ଦିନ ୪ ଟାରେ ସୋମନାଥରେ ପହଞ୍ଚିଲୁ । ରାସ୍ତାରେ ଚିନାବାଦାମ ଆଉ ନଡିଆ ଚାଷର ଝଲକ୍ ମନରେ ଖୁସି ଭରି ଦେଉଥାଏ । ଆଉ ବିରାଭାଲ୍ ବନ୍ଦରର ପାଖେ ପାଖେ ଶୁଖୁଆ ଗୋଦାମ ସତରେ ଆମ ଗାଁ ମାଝିସାହି କଥା ମନେ ପକାଉ ଥାଏ । ଷ୍ଟେସନ୍ ରୁ ଉହ୍ଲାଇ ସିଧା ସିଧା ହୋଟେଲ୍ ରେ ପହଞ୍ଚିଗଲୁ। ତୁରନ୍ତ ରେଡି ହୋଇ ବାବା ସୋମନାଥ ଦର୍ଶନ ପାଇଁ ଚାଲିଲୁ ଭାଗ୍ୟବସତଃ ଶ୍ରାବଣ ମାସ ସୋମବାର ଥାଏ ଭକ୍ତ ଙ୍କ ଗହଳି ଭିତରେ ଛିଡାହୋଇ ପବିତ୍ର ଜୋର୍ତିଲିଂଗ ଦର୍ଶନ କରିବା ର ଅଭିଳାସ ପୂରଣ ହେଲା । 


ଅନେକ ବର୍ଷର ମନୋସ୍କାମନା ସିନା ପୁରଣ ହେଲା କିନ୍ତୁ ମନ ଥାଏ ଢାବାରେ ବସି ସମୁଦ୍ରରୀ ମାଛ ଖାଇ ବାକୁ ଭାତ ସହ । ଗୁଜୁରାଟର ରହଣି ଭିତରେ ନିରାମିଶି ଖାଇଖାଇ ବିରକ୍ତି ଆସି ଯାଇଥାଏ ଭଗବାନ ଙ୍କ ଦୟାରୁ ସେସବୁ ବି ପୁରଣ ହେଲା। ବାକି ଆସନ୍ତା କାଲି କରିବା କଣ? ହୋଟେଲ୍ ର ବେଡ ଉପରେ ସୋଇ ମୋବାଇଲ୍ ରେ ଖୋଜିବାରେ ଲାଗିଲୁ ଶେଷରେ ମିଳିଗଲା। ସିଂହ ମାନଙ୍କ ଅଭ୍ୟାରଣ୍ୟ ଗିର୍ ନ୍ୟାସନାଲ୍ ପାର୍କ । ଯିବା ପାଇଁ ମାଧ୍ଧ୍ୟମ କେବଳ ସ୍ପେସାଲ୍ ଗାଡି ବୁକ୍ କରି କିନ୍ତୁ ଏଥିରେ ଚକରା ରାଜି ହେଲାନାହିଁ। ସକାଳର ପାହାନ୍ତିରୁ ଉଠି ସୋମନାଥର ତ୍ରିବେଣୀ ସଂଗମରେ ସ୍ନାନ କରି ପୁନଶ୍ଚ ସୋମନାଥ ଦର୍ଶନ କରି ଗିର୍ ଅଭିମୁଖେ ଯାତ୍ରା କଲୁ ଆମେ ସେଠାର ଅଧିବାସୀ ମାନଙ୍କୁ ପଚାରି ପଚାରି ଲାଇନ୍ ଗାଡିରେ ଆଗକୁ ବଢିଲୁ। ରାସ୍ତା ରେ ବାଟବଣା, ପଇସା ସରିଜିବା,ଖାଇବାକୁ ଲୋକଙ୍କ ଘରକୁ ଜିବା, ଆଉ ଶେଷରେ ଗିର୍ ନ୍ୟାସନାଲ୍ ପାର୍କ ବୁଲି ରିଟର୍ଣ୍ଣ ଟ୍ରେନ ଧରି ଅହମଦାବାଦ ଫେରିବା ଗୋଟେ ଏଡଭେଞ୍ଚର ରୁ କମ ନଥିଲା ।  ଚକରାର ମୋର ଏହି ରୋମାଞ୍ଚକର ଯାତ୍ରା ସାରା ଜୀବନ ମୋର ମନେ ରହିବ ।

ରଚନା : ରାଜେଶ କୁମାର ବାରିକ

ଠିକଣା : ଦେବେନ୍ଦ୍ର ପୁର, ଆଭଣା, ବାଲେଶ୍ବର,   ଦୂରଭାଷ : 9998622336

Post a Comment

0Comments
Post a Comment (0)