ଜଣେ ସେଠଙ୍କ ଦୁଇ ପୁଅ ଥିଲେ । ତାଙ୍କ ପାଖରେ ପ୍ରଚୁର ସମ୍ପତ୍ତି ରହିଥିଲା । ସମ୍ପତ୍ତି ଥାଇ ମଧ୍ୟ ସେ କେବେ ଶାନ୍ତିରେ ରହି ପାରୁନଥିଲେ । ସମ୍ପତ୍ତି ବାଣ୍ଟିବା ସମୟରେ ସେଠ୍ ନିଜ ପୁଅମାନଙ୍କୁ କହିଲେ, ପୁତ୍ର ,ଏହି ସମ୍ପତ୍ତିରେ ଏପରି ଉପଯୋଗ କରିବ ,ଯେପରି ତୁମମାନଙ୍କୁ ଜୀବନରେ ଶାନ୍ତି ମିଳିପାରିବ । ମୁଁ ଆଜିଯାଏ ସେପରି ସୌଭାଗ୍ୟ ପାଇ ପାରିଲି ନାହିଁ । ଏବେ ମୁଁ ବୁଝିପାରୁଛି ଯେ ଭକ୍ତି ଏବଂ ତ୍ଯାଗରେ ହିଁ ଶାନ୍ତି ରହିଛି । ସେଠଙ୍କ ପରଲୋକ ଘଟିବା ପରେ ବଡ଼ ପୁଅ ତା' ଭାଗରେ ପଡିଥିବା ସମ୍ପତ୍ତିରେ କେତେଗୁଡିଏ ଉଦ୍ଯୋଗ ପ୍ରତିଷ୍ଠା କଲା । କିଛି ଦିନ ପରେ ତା'ର ବ୍ଯଵସାୟ ବାରମ୍ବାର କ୍ଷତି ସହିବା କାରଣରୁ ବୁଡିଗଲା । ଧନହୀନ ହୋଇ ବଡ଼ ପୁଅର ମାନସିକ ସ୍ଥିତି ବିଗିଡିଗଲା । ଅନ୍ଯପକ୍ଷରେ ସାନ ପୁଅ ପିତାଙ୍କ କଥା ମାନି ନିଜ ସମ୍ପତ୍ତିର ଅଧା ଜମିରେ ଆଶ୍ରମ ଖୋଲିଲା ଏବଂ ବାକି ଜମି ଶିକ୍ଷା ସଂସ୍ଥାନକୁ ଦେଇଦେଲା । ସେ ନିଜେ ଆଶ୍ରମରେ ରହି ଭକ୍ତି ଏବଂ ଜ୍ଞାନ ଵାଣ୍ଟିବାକୁ ଲାଗିଲା । ତା'ର ଖ୍ଯାତି ଦୂର ଦୂର ପର୍ଯ୍ୟନ୍ତ ବ୍ଯାପିଗଲା । ଅନ୍ଯପଟେ ଧନସମ୍ପତ୍ତି ହରାଇ ବଡ଼ ପୁଅ ଵିଛଣା ଧରିଲା । ଏଵେ ସେ ଜାଣିପାରୁଥିଲା ଯେ ତ୍ଯାଗ ଏବଂ ଭକ୍ତି ଦ୍ବାରା ହିଁ ଖୁସିରେ ରହିବା ସମ୍ଭଵପର ହୋଇପାରିବ ।

ସଂଗ୍ରହକାରୀ-ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ବର, ମୋ--୯୮୫୩୧୪୨୫୧୦