ଜୟ ଜୟ ମହାଦେବ; ଦେବ ଭୀମ ଶଙ୍କର ; ପାର୍ବତୀ ବର
ପୁଣ୍ୟ ଭୀମା ନଦୀ କୂଳରେ ; ବନାନୀ ବେଷ୍ଟିତ ପର୍ବତ କନ୍ଦରେ
ବିଜୟ କରିଛ ; ଗଢିଦେଇ ପ୍ରଭୁ ଶାନ୍ତି କୁଟୀର ; ଭୀମ ଶଙ୍କର ।।

କାହିଁ କେତେ କାଳୁ ଈଶ୍ଵର ; ଆବିର୍ଭାବ ଅଟେ ତୁମର
ଜନ ଜୀବନ କୁ ପ୍ରଭାବିତ କରେ , ଜ୍ଵର୍ତିଲିଙ୍ଗ ତୁମ ଦୁଃଖ ଦୂରକରେ
ହର,ହର,ହର; ଅକର୍ମ କର୍ମ ଦାତା ଗଙ୍ଗାଧର ; ଭୀମ ଶଙ୍କର ।।

ଅଗମ୍ୟ ଯେ ଘଞ୍ଚ ଜଙ୍ଗଲ ; ପରବତ ମାଳ କୁ ମାଳ
ନାହିଁ ଜନରବ ସ୍ଵାପଦ ସଙ୍କୁଳ ; ଭୟଙ୍କର ସେହି ତୁମ ବିଜେସ୍ଥଳ
ଗିରି ଗହ୍ଵରରେ; ଜୋଗଧ୍ୟାନେ ରତ ହେ ମହାକାଳ ! ଭୀମାଶଙ୍କର ।।

ବନାନୀ କୋଳ ରେ ପାହାଡି- ; ଝରଣାଏ ଯାଉଛି ଗଡି
ପ୍ରକୃତି ଦତ୍ତ ଏ କେଡେ ମନୋରମ ; ଲାଗଇ ସତେକି କଇଳାଶ ଧାମ
ଆ଼ହେ ମହାକାଳ; ତହିଁ ବିରାଜିତ ଚନ୍ଦ୍ରଶେଖର ; ଭୀମାଶଙ୍କର ।।

ତ୍ରୀପୁରେ ଉଡଇ କେତନ ; ପଦେ ବନ୍ଦେ ହେ ତ୍ରୀଲୋଚନ
ତୁମେ ସତ୍ୟ,ଶିବ, ସୁନ୍ଦର ପ୍ରଭୁ ; ଯୋଗେଶ୍ଵର ଯୋଗୀ ବିଭୁ ମହାଶମ୍ଭୁ
ଡାକଇ ଆରତୀ; ମିଛ ମାୟା ମୋହ ମୋଚନ କର ; ଭୀମାଶଙ୍କର ।।


ରଚନା : କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଠିକଣା : ମଙ୍ଗଳାଯୋଡି, ଖୋର୍ଦ୍ଧା,  ଦୂରଭାଷ :