ଆଉ ଟିକେ ଗେଲ କରିଦେ ଲୋ ବୋଉ
ଲାଗୁଅଛି ଭାରି ଭଲ ,
ତୋ କୋଳରେ ମିଳେ ସରଗର ସୁଖ
କିଏ ହେବ ତୋର ତୁଲ ।(ଘୋଷା)

ସେଦିନ ଜେଜେମା' କହୁଥିଲା ମୋତେ
ଆସିଥିଲୁ ସାଜି ବୋହୂ ,
ସଭିଙ୍କୁ ନିଜର କରି ନେଇଥିଲୁ
କଥାରେ ଝରାଇ ମହୁ ।

କୁଆଁ କୁଆଁ ରାବି ଜନମିଲି ଯେବେ
ତୋଳି ନେଲୁ କରି ଗେଲ ।(୧)

ତୋ କୋଳରେ ମିଳେ ସରଗର ସୁଖ
କିଏ ହେବ ତୋର ତୁଲ....

ସେନେହ ମମତା ଅଜାଡ଼ି ଦେଇକି
ଛୋଟରୁ କଲୁଣି ଏଡ଼େ ,
ଯା' ସହିତ ଯେଣେ ଯାଇଥିଲେ ବି ତୋ
କଥା ଭାରି ମନେ ପଡ଼େ ।

ଛାଇ ଭଳି ମୋର ପାଶେ ପାଶେ ଥାଉ
ପାଉ ତୋଠୁ ବେଶୀ ଭଲ ।(୨)

ତୋ କୋଳରେ ମିଳେ ସରଗର ସୁଖ
କିଏ ହେବ ତୋର ତୁଲ ।
ଆଉ ଟିକେ ଗେଲ କରିଦେ ଲୋ ବୋଉ
ଲାଗୁଅଛି ଭାରି ଭଲ....

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।