ରାକ୍ଷସ ପୁରରୁ ଘେନି ଯିବି ଏବେ
ମାଆ ମୋ କାନ୍ଧରେ ବସ ,
ଦୂତ କରି ପ୍ରଭୁ ପଠେଇ ଅଛନ୍ତି
ଶୋକ ଭୟ ସବୁ ନାଶ ।

ଋଷ୍ୟମୁକ ଗିରି ନିକଟରେ ରାମ
କରୁଛନ୍ତି ଅବସ୍ଥାନ ,
ତୁମ ଠାବ ଲାଗି ଚାରି ଦିଗେ ଦୂତ
କରି ଅଛନ୍ତି ପ୍ରେରଣ ।

ଅନ୍ୟ ତିନିଦିଗେ ଯାଇଛନ୍ତି କେତେ
ବାଧା ବିଘ୍ନ ତୁଚ୍ଛ କରି ,
ସମୁଦ୍ର ଲଙ୍ଘି ମୁଁ ଦକ୍ଷିଣ ଦିଗକୁ 
ଆସିଅଛି ରାମ ସ୍ମରି ।

କି କରିବେ ମୋର ଏ ଦଇତ କୁଳ
ନିମିଷକେ ନାଶି ଦେବି ,
ତୁମେ ଯଦି ଏବେ ଆଜ୍ଞା ଦେବ ମାତା
କାନ୍ଧରେ ବସାଇ ନେବି ।

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।