ଅୟୁତ ଯୁଗରୁ କାମନା ମୋ ଥିଲା
ତୁମ ସଙ୍ଗ ଲଭିବାକୁ ,
ସେଇ ଇଚ୍ଛା ମୋର ପୂରଣ କରିଛ
ବାକି ନାହିଁ ବୁଝିବାକୁ ।

ଦେଇଛ ଅନନ୍ତ ସୁଖ....
ତୁମ ବଂଶୀ ନାଦ ଶୁଣି ମୁଁ ବିଭୋର 
ହେଉଛି ହେ ଚନ୍ଦ୍ରମୁଖ ।

କେମିତି କହିବି ତୁମରି ପ୍ରତୀକ୍ଷା
ଦିଅଇ ଯାତନା କେତେ ,
ଚାରିଆଡ଼ ଖାଲି କୃଷ୍ଣମୟ ଲାଗେ
ନିରେଖି ଚାହିଁଲେ ଯେତେ ।

ପାଶେ ମିଳିଯାଅ ଯେବେ....
ମେଣ୍ଟିଯାଏ ସବୁ ବିରହ ବେଦନା
ନିମିଷକେ ନାଥ ତେବେ ।

ଏତିକି କରୁଣା କରିଥାଅ ସଖା
ମୋହପ୍ରତି ଥାଉ ଶ୍ରଦ୍ଧା ,
ତୁମରି ଭାବରେ ମଜ୍ଜିରହେ ଯେହ୍ନେ
ନ ଲାଗୁ ସଂସାର ବାଧା ।

ଦେହ ଛୁଇଁ ଦିଅ କଥା....
ତୁମ ସାଥେ ଏହି ଲୀଳା ହେ ମୋହନ
ଜଗତରେ ହେଉ ଗାଥା ।

ମାମୁରିଆ, ଛେଣ୍ଡିପଦା, ଅନୁଗୋଳ ।