ତୁମେ ନିତି ମୋତେ ସୁନ୍ଦରୀ କହୁଛ 
ସତରେ ନା ମିଛେ ମିଛେ ,
ଯେତେବେଳେ ମୁହିଁ ଯୁଆଡ଼େ ଯାଉଛି
ଗୋଡ଼ାଉଛ ପଛେ ପଛେ ।

ସାଙ୍ଗମାନେ ଦେଖି ଚିଡ଼ାଉ ଅଛନ୍ତି
'ହେଇ ଆସିଲେ ତୋ ସିଏ ,
ସାରା ଅଞ୍ଚଳରେ ରସିକ ନାଗର
ନାଆଁ ପାଇଛନ୍ତି ଯିଏ ।'

ଗାଡ଼ି ଧରି ତୁମେ ଘୂରି ବୁଲୁଅଛ
ମୋ ପଛରେ ଘାଇଁ ଘାଇଁ ,
ସାଥୀମାନେ ଦେଖି କହୁଛନ୍ତି ମୋତେ
'ତୋହଭଳି ଭାଗ୍ୟ କାଇଁ !!

ରାଜାପୁଅ ଭଳି ଚେହେରା ଯେମିତି
ହୃଦୟଟି ପୂରା ଖୋଲା ,
ମନା ନ କରିକି ରାଜି ହୋଇ ଯାଆ
ପରେ ପସ୍ତେଇବୁ ଶୀଲା ।'

ତାଙ୍କ କଥା ଶୁଣି ଭାବନା ଆସିଛି
କହୁଅଛି ଖୋଲି ଆଜି ,
ମୋ ହୃଦୟ ଏବେ ତୁମକୁ ଦେବାକୁ
ଅଛି ପୂରା ମୁହିଁ ରାଜି ।

ମାମୁରିଆ, ଛେଣ୍ଡିପଦା, ଅନୁଗୋଳ ।