କବିତା - ଅବଶୋଷ - ଲକ୍ଷ୍ମୀନାରାୟଣ ପଟ୍ଟନାୟକ

0
ତୁମରି ଜୀବନେ ଆସିଥିଲି କାଲି
ଯାଉଛି ଆଜି ମୁଁ ଫେରି,
ଭାବିବନି କେବେ ଦୋଷୀଟିଏ ମତେ
କାଲି ଯଦି ଯାଏ ମରି ।।୦।।

ସପନ ଦେଖାଇ ପାଖକୁ ଡାକିଲ
କହି ମିଠା ମିଠା କଥା,
ଅଧାବାଟେ ଛାଡି ଚାଲିଗଲ ମତେ
ହୃଦୟରେ ଦେଇ ବ୍ୟଥା ।।
ଛଳନା ସୁଅରେ ଭାସୁଛି ମୁଁ ଆଜି
ଅବଶୋଷ ରାହା ଧରି,
ତୁମରି ଜୀବନେ ଆସିଥିଲି କାଲି
ଯାଉଛି ଆଜି ମୁଁ ଫେରି ।।୧।।

ଆଉ କା ଅଗଣା ବାଛିନେଲ ତୁମେ
ଭାଙ୍ଗିଦେଇ ମୋର ଘର,
ସେ ଅଗଣା ହସୁ ତୁମ ପାଦ ପଡି
ରାତି ହେଉ ମଧୁଝର ।।
ସିଂଥି ରେ ତୁମର ଆଉ କା ସିନ୍ଦୁର
ରହିଥାଉ ସଦା ଭରି
ତୁମରି ଜୀବନେ ଆସିଥିଲି କାଲି
ଯାଉଛି ଆଜି ମୁଁ ଫେରି ।।୨।।


ରଚନା : ଲକ୍ଷ୍ମୀନାରାୟଣ ପଟ୍ଟନାୟକ

ଠିକଣା : ଜଳସମ୍ପଦ ବିଭାଜନ, ଖୋରଧା (ଓଡିଶା ସରକାର) ଦୂରଭାଷ : ୯୮୬୧୬୧୬୧୨୬

Post a Comment

0Comments
Post a Comment (0)