ବିଶ୍ଵାସ ବିଭାସ ସତ୍ୟର ଆଧାର
ମାର୍ମିକ ଧାର୍ମିକ ଉକ୍ତି ,
ଶୁଦ୍ଧଆତ୍ମା ମନ ବିଶ୍ଵାସ ପୋଷଣ
ଅଜାଡଇ ଶ୍ରଦ୍ଧା ଭକ୍ତି ! !

ତୃତୀୟ ପୁରୁଷ ଢାଳଇ ଗରଳ
ପ୍ରଚ୍ଛଦ ପଟରେ ରହି ,
ଟଳମଳ ହୁଏ ବିଶ୍ଵାସର ଘର
କେହିତ ବୁଝନ୍ତି ନାହିଁ ! !

ଉଦ୍ଭାସିତ ହେଵ ସତ୍ୟତା ବିଭବ
ରଖିଛି ମୁଁ ଦୃଢ ଆଶା ,
ବିଶ୍ଵାସରେ ବିଷ କିଏ ମିଶାଇଲା
ମୁଁ'ହେଲି ଲୋକ ହସା ! !

ବିଶ୍ଵାସର କଥା ମନେ ଦିଏ ବ୍ୟଥା
ଆନ୍ଦୋଳିତ ମନପ୍ରାଣ ,
ସମୟ କହିବ ଦୋଷିକି ନିର୍ଦୋଷ
ସୁପ୍ତେଅଛି ସତ୍ୟ ଭୃଣ ! !

କାଉଖାଏ ବେଲ ବଗମୁଣ୍ଡେ ଅଠା
ଏକଥା ଶାସ୍ତ୍ରରେ ଲେଖା ,
ତର୍ଜମା କରିବ ଆହେ ମହାଭାଗ
ପାଇଲିମୁଁ ବଡ଼ ଶିକ୍ଷା ! !

ନଜାଣିବି ଦୋଷି ଚକ୍ରବ୍ରୁହ୍ଯେ ଫସି
ନଥିଲି ମୁଁ ଉପସ୍ଥିତ ,
କାଣ୍ଡ ଭିଆଇଲେ ମୋ'ନାମ ଗାଇଲେ
ଧର୍ମ ଅଛି ସାକ୍ଷି ସତ ! !

ବିସ୍ତୃତ ଭାବରେ କହିବି ମୁଁ ବାରେ
ଘଟଣାର ପୁର୍ଣ୍ଣତଥ୍ୟ ,
ଶୁଣିଲେ ଜାଣିବେ ତାରିଖ ସମୟ
ତଦନ୍ତ ହେବନି ବ୍ୟର୍ଥ ! !

ଗଭୀର ସମ୍ମାନ ଅଛି ମୋର ଜାଣ
ବିଶ୍ଵାସ କର' ବା ନାଇଁ ,
ତବ ସମ୍ମାନକୁ ରଖିବି ବଜାୟ
ହୃଦୟରୁ ଦେଲି କହି ! !

ତବ ପ୍ରତି ଭକ୍ତି ଅତୁଟ ରହିଛି
ଆଜିବି ମନରେ ମୋର ,
ବିଶ୍ଵାସରେ ବିଷ ମୁଁ ଦେଇ ନାଇଁ
ପୁନଃ ତର୍ଜମା କର ! !

କବିତା ମାଧ୍ୟମେ ବଖାଣି ହେବନି
ଘଟଣାର ଗୃଢତତ୍ତ୍ଵ ,
ଏକାନ୍ତରେ ମୁଁ'ଯେ କହିବି ନିଶ୍ଚୟ
ଉଦ୍ଭାସିତ ହେଵ ସତ୍ୟ ! !

ଆହେ ପ୍ରାଣବନ୍ତ ଯୋଗ୍ୟ ତମ ସୁତ
ସମ୍ମାନୀୟ ଅଧିକାରୀ ,
ହୃଦୟର ଭାଷା କହୁଛି ସହସା
ଭୁଲ ବୁଝିବ ନାଇଁ ! !


ରଚନା : ସଦାନନ୍ଦ ସାହୁ

ଠିକଣା : ଧୁରୁଷିଆ , ଆଠଗଡ଼ , କଟକ,   ଦୂରଭାଷ : 7978517998