ଭାଙ୍ଗିବା ଆମର ଜାତକରେ ନାହିଁ
ଗଢିବା ଆମର ଲକ୍ଷ୍ୟ,
ଭାଙ୍ଗିବା ପଣରେ ବଢେନାହିଁ କେହି
ହୁଏ ନାହିଁ କେହି ଦକ୍ଷ ।

ସାର୍ଥକତା ସିନା ଗଢିବା ପଣରେ
ଭାଙ୍ଗିବାତ ଅତି ସହଜ,
ବର୍ଷ ବର୍ଷ ଲାଗେ ଗଢିବାକୁ ଯାହା
ମୁହୂର୍ତ୍ତକେ ଭାଙ୍ଗେ ହେଜ ।

ସ୍ନେହର ବନ୍ଧନ ସବୁଠାରୁ ବଡ
କୁଟିଳତା କାହିଁ ଭର,
ମଣିଷ ଜୀବନ ସୃଷ୍ଟିରେ ତ ଶ୍ରେଷ୍ଠ
ବୁହାଅ ପ୍ରିତୀର ଝର ।

ଆଜି ଅଛ କାଲି ହୁଏତ ନଥିବ
ସେ କଥା କିଏ କହିବ,
ପ୍ରତି ମୁହୂର୍ତ୍ତକୁ ମହତ କରିବା
ଭାବମୟ କରି ଭବ।।


ରଚନା : ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)

ଠିକଣା : ଓରାଳି, ହାଟଡିହି, କେନ୍ଦୁଝର । ଦୂରଭାଷ :