ସତରେ ସମୟ ବଡ ବିଚିତ୍ର, ଏଇ ବିଚିତ୍ରତା ଭିତରେ ଆମ ତୁମ ଅବସ୍ତା କଣ କିଛି ବି ବୁଝା ପଡେନି । ଦରିଆର ପାଣି ଯେମିତି ଟାଣି ଭିତର କୁ ନେଇ ଯାଏ । ଠିକ୍ ସେମିତି ଆଣି କୂଳରେ ଛାଡି ଦିଏ । ସକାଳ ଆଣେ ସିନା ସୂନେଲି କିରଣ ଆଉ ସେଇ କିରଣ, ସଂଞରେ ରକ୍ତିମ ହୋଇ ଆକାଶ କୁ ଛାଡି ଯାଏ କେତେ କଥା ଆଉ ଅନୁଚିନ୍ତା । ବାଲକୋନି ପାଖ ଡ୍ରଇଂରୁମ୍ ରେ ବସି ହାତରେ ଖବର କାଗଜଟା ଧରି ଚା ପିଉଥାନ୍ତି ଦୁଇ ବଂଧୁ । କିଛି ସମୟର ନୀରବତା ପରେ ଗୋଟେ ଦୀର୍ଘ ନିଶ୍ବାସ ଛାଡି କହିବାରେ ଲାଗିଲା ଆକାଶ, ପ୍ରଦୀପ୍ ପୁଅର ଆଜି ଜନ୍ମଦିନ । ଆମ ଦୁଇଜଣଙ୍କୁ କହିଥିଲା ହେଲେ ଯିବାକୁ ଇଛ୍ଛା ଥିଲେବି ଯାଇ ପାରିଲୁନି । କାଇଁ ଓଡିଶା କାଇଁ ବେଙ୍ଗଲୋରରେ । ଏମିତି ରେ ବି ତା ମାଁ ଦେହ ଖରାପ। ଆମେ ବୁଢା ବୁଢୀ ଦୁଇଟା ବିଚରା।  କଣ ବିଚରା ! ପିଲାଟା ତ ପିଲାଟି ଦିନରୁ ଆଜିଯାଏଁ ବାହାରେ ରହିଲା ଆଜି କେଉଁ ଘରେ ରହିଥାନ୍ତା ଭଲା । ତୁମେ ଶିକ୍ଷେଇ ଥିବା ପଥ ଅନୁକରଣ କରୁଛି । (ଟେବୁଲ୍ ଉପରୁ ଚା କପକୁ ଉଠାଇ ନେଲେ ହାତରେ )

ମୁଁ କଣ ବି କଣ କରିଥାନ୍ତି । ମୋର କାମର ବ୍ୟସ୍ତତା ସାଙ୍ଗକୁ ତୋ ଭାଉଜ କୁ ବି ସରକାରୀ ଚକିରିଟା ମିଳିଗଲା । ସରକାରୀ ଚାକିରିକୁ ମନା କେମିତି କରିଥାନ୍ତି । ଆଉ ପ୍ରଦୀପ କଥା କିଏ ବୁଝିଥାନ୍ତା । ଆଜି ସମୟରେ ଲୋକ ଗୁଡାକଙ୍କୁ ଭରଷା ନାହିଁ । ଆଉ ଏହାରି ଭିତରେ ପ୍ରଥମରୁ ହଷ୍ଟେଲ୍ ପରେ ମେସ୍ ଆଜି ରୁମ୍ ରେ ରହି ଚାକିରି କରୁଛି ।

ହଁ...... ହଁ... ସେ କହୁଥିଲା କୁନି ଛୁଆ କାଡେ ଇଁରାଜୀରେ କଣ ସବୁ ଶିକ୍ଷିଲାଣି।

ଏଇ ବରଷକର ପିଲା ପୁଣି ଇଂରାଜୀ ! ପାଠ କଣ ସେ ଜାଣିବା ଆଗରୁ ପାଠ ? ହଁ.... ଏଥିରେ ତୁମେ ଆମେ ବି କଣ କରିପାରିବା । ଏବେକାର ସିଷ୍ଟମ୍ ତ ଏମିତି ଜନ୍ମ ହେଉ ହେଉ ପାଠ । ତୁମେ ଦେଖ ପିଲାଟାକୁ ପିଲାବେଳେ ଯେମିତି କରିଥିଲ ଏବେ ବୁଢାବୁଢି ବେଳେ ଭୋଗିବନିତ କିଏ ଭୋଗିବ । କର୍ମମୟ ଜୀବନର କାର୍ଯ୍ୟବ୍ୟସ୍ତତା କୁ ଦର୍ଶାଇ ତୁମେ ଟାଇମ୍ ଦେଇ ପାରିଲନି । ଏବେ ସେ .......। ଧୂଳି ଖେଳ, ମାଁ ସ୍ନେହ, ପରିବାରର ଆଦର୍ଶ ସଂସ୍କାର । ଠାରୁ ସ୍କୁଲ୍ ର ଚାରି କାନ୍ଥ ଜ୍ଞାନ ଏତେ ଅଧିକ ?

(ବିଷାଦ ଭରା କଣ୍ଠରେ) ଆଉ ତୁ ପିଲା ଙ୍କୁ ସ୍ବାଧିନତା ଦେବା ନାମରେ ଏତେ ଛାଡି ଦେଲୁଯେ ଦୁଇ ଜଣ ରୁ ଦୁଇ ଜଣ ଯାକ ମ୍ୟାଟ୍ରିକ୍ ବନ୍ଧ ଡେଇଁ ପାରିଲେନି । ଜଣେ ଅଟୋ ଆଉ ଜଣେ ପରିବା ଦୋକାନୀ । ହେଲେ କଣ ହେବ ଦୁଇ ଜଣ ଯାକ ତୋ ସାଥିରେ ଅଛନ୍ତି । ନାତି ନାତୁଣି ଙ୍କ ପାଖରେ ଆନନ୍ଦରେ ରହୁଛୁ । ଛାଡ...... 

ହାତରେ ଜଳଖିଆ ପ୍ଲେଟ୍ ଧରି ପଛ ପାଖରେ ସବୁ କଥା ଶୁଣୁଥିଲା ପ୍ରଦୀପ୍ ର ମାଁ, ମନ ତଳେ ଥିବା ମାଁ ର ମାତୃତ୍ବ, ମନର ବେଦନା ସବୁ ତରଳି ଯାଇ ଆଖିବାଟେ ଲୁହ ହୋଇ ବୋହି ଯାଉଥାଏ ନୀରବରେ । ସଂଧ୍ଧ୍ୟାରେ ଜନ୍ମ ଦିନର ଆସର ଜମିଲା । ବହୁ କୁନି କୁନି ପିଲା ମାନେ ସବୁ ଆସିଲେ । କେକ୍ କାଟିଲେ । ବୁଢା, ବୁଢି ଦୁଇ ଜଣ ମୋବାଇଲ୍ ରେ ଭିଡିଓ କଲିଂ କରି ସିନା ଖୁସି ହେଲେ କିନ୍ତୁ ଆର୍ଶ୍ରୀବାଦ ଦେବାପାଇଁ ହାତ ପହଞ୍ଚିଲା ନାହିଁ । ଲୁହ ଭରା ଆଖିରେ ଚାହିଁ ରହିଥିଲେ ଶୂନ୍ୟକୁ ।

ରଚନା : ରାଜେଶ କୁମାର ବାରିକ

ଠିକଣା : ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ବର ଦୂରଭାଷ : 9998622336