କିଟିମିଟି ଅନ୍ଧାରର ଛାତି ଚିରି ପାଚେରି ଉପରୁ ତଳକୁ ଡେଇଁ ପଡିଲା ସ୍ବପ୍ନା । ହାତରେ ଥାଏ କଲେଜ୍ ବ୍ୟାଗ୍ ଆଉ ସେଥିରେ କିଛି କପଡା । ମୋବାଇଲ୍ ରେ କାହାକୁ ଫୋନ୍ କରିବା ରେ ବ୍ୟସ୍ତ । ମନରେ ନିରାଶାର ଭାବ ନେଇ ଆଗକୁ ଆଗ ଦୈଡିବାରେ ଲାଗିଲା । ଆଉ ପାରିଲା ନାହିଁ। ନିରାଶାର ମନରେ ବସିପଡିଲା ଗୋଟେ ଦୋକାନ ବାରନ୍ଦା ଉପରେ । ଦେହ ସାରା ଗମ୍ ଗମ୍ ଝାଳ ବହି ଯାଉଥାଏ । କାନ୍ଧ ରୁ ବ୍ୟାଗ୍ ଟାକୁ କାଢି ହାତରେ ଧରିଲା, ପୁଣି ମୋବାଇଲ୍ ରେ ବ୍ୟସ୍ତ ହୋଇଗଲା । କିଟିମିଟିଆ ଅନ୍ଧାରରେ ଯେତେବେଳେ ବିଜୁ ଘଡଘଡି ଟେ ମାରିଦେଲା ନା । ଦେଖି ଚମକି ପଡିଲା ସ୍ବପ୍ନା କାହିଁକି ନା ପାଖରେ ବସିଥାଏ ଶକ୍ତି । କିଛି କହିବାକୁ ସାହାସ ହେଲାନି । ହାତରେ ଦୁଇଟା ଟ୍ରେନ୍ ଟିକେଟ୍ ପାଖରେ ଦୁଇଟା ବ୍ୟାଗ୍ । ଏଇ କଣ ନୂତନ ଜୀବନର ଖୁସି । ନା ଆଶା ନା ଆକଂକ୍ଷା । ଚୁପ୍ ଚାପ୍ ନୀରବରେ ଦୁଇଟା ବ୍ୟାଗ୍ ହାତରେ ଧରି ଉଠିପଡିଲା ଶକ୍ତି । ଗୋଟେ ରୁ ଦେଢ କିଲମିଟର ଚାଲିବାକୁ ପଡିବ । ତା ପରେ ଷ୍ଟେସନ୍ । ୦୪;୪୫ ରେ ଟେନ୍ ଅଛି ଜଲ୍ଦି ଆସ । ଷ୍ଟେସନ୍ ରେ କିଛି ସମୟ ବସିଲେ ଭଲ । ବାପା, ମାଁ ସୋଇଥିଲେ ଦୁରରୁ ଟିକେ ଦେଖିଥିଲି । ପାଖକୁ ବି ଜାଇ ପାରିଲିନି । ତୁମ ପ୍ରତି ଭଲପାଇବା ନିଶା ସିନା ଏଠିକି ନେଇ ଆସିଲା । କିନ୍ତୁ ଆସିବାକୁ ଇଛ୍ଛା ନଥିଲା । ୦୪;୪୫ ରେ ଟେନ୍ ହାତରେ ଆଉ ୪୫ମିନିଟ୍ ସମୟ । କଣ ସବୁ ଇଆଡୁ ସିଆଡୁ ଗପୁଛ । ବାପାଙ୍କର ଏ.ଟି.ଏମ, ମାଁଙ୍କର ଗହଣା ସବୁ ନେଇକି ଆସିଛି ଆଉ ତୁମେ !

ଆମକୁ କିଛ ଦିନ ଅପେକ୍ଷା କରିବାର ଥିଲା । ମାନୁଛି ଜୀବନ ସାରା ତୁମ ସହ ତୁମରି ହୋଇ ରହିବି ହେଲେ ବାପା ମାଁ.........। ଛୋଟ ବେଳେ ଅଝଟ ହେଲେ ମାଁ ମାରେ । ବାପା ନାଲି ଆଖି ଦେଖାନ୍ତି । ସେଇ ମାଁବିତ ତା ସେନେହ ପଣତରେ ପୋଛିଦିଏ । ସେଇ ବାପାବିତ ସବୁ ଆବଶ୍ୟକ ପୁରଣ କରନ୍ତି । ଜୀବନ ବଡ ବିଚିତ୍ର ଶକ୍ତି ଜୀବନ ବଡ ବିଚିତ୍ର । ସବୁ ଦୋଷ କଣ ମୋର । ପୁଅ ପିଲା ମୁଁ ଦୟା, ଧର୍ମ, କ୍ଷମା ମୋ ଦେହରେ ଭରିଛି । ତୁମକୁ ଆଶା ଦେଇ ଆଶା ମାରିବାକୁ ଛାହ୍ନୁନି। ପରିକ୍ଷାରେ ଫାଷ୍ଟ କ୍ଲାସ୍ ରେ ପାସ୍ କଲି ବୋଲି ମାଁ ତାର ଗହଣା କଢି ଦେଇଥିଲା, ବାଇକ୍ ପାଇଁ । ତୁମେ ଥରେ ଚିନ୍ତା କର ସେଇ ଗହଣାକୁ ନେଇ ଆସିଛି ତୁମରି ପାଇଁ । (କଣ୍ଠ ବାଷ୍ପରୋଳ ହୋଇଯାଉଥାଏ ଶକ୍ତି କୁ ଜାବୁଡି ଧରିଲା ସ୍ବପ୍ନା ) ମୋ ବାପା ବହୁତ୍ ରାଗି ମାଡ ମାରିବେ ପିଠି ପତେଇ ଦେବି। ଖାଇବାକୁ ନଦେବେ ଉପାସ ସୋଇ ପଡିବି କିନ୍ତୁ ତୁମକୁ ପାଇବାକୁ ଏମିତି ଲୁଚିକି ଯାଇ ପାରିବିନି । ମୋତେ କ୍ଷମା କରିଦିୟ ଶକ୍ତି ମୋତେ କ୍ଷମା କରିଦିଅ । ରାତ୍ରି ସେଇ କିଟିମିଟି ଘନଅନ୍ଧକାର ସିନା ସକାଳର ଆଲୋକରେ ରଂଗିନ୍ ହୋଇଗଲା । ହାତରେ ଥିବା ଦୁଇଟି ଟିକେଟ୍ ଟିଟିଇ ପାଖରେ ପହଞ୍ଚିଥିଲେ । ପ୍ରତିଟି ସ୍ବପ୍ନ ଅବଶୋରେ କଟିଥାନ୍ତା । ଆଜି ଶକ୍ତି ଆଉ ସ୍ବପ୍ନା ସ୍ବାମୀ- ସ୍ତ୍ରୀ ବାପା ମାଁଙ୍କ ଆର୍ଶ୍ରୀବାଦ ନେଇ ଖୁସି ରେ ଅଛନ୍ତି । ନୀରବରେ ଆନ୍ଦୋଳନ କରିବା । ଗୋଟିଏ ଗାଲରେ ମାଡ ଖାଇଲେ ଅନ୍ୟ ଗାଲ ଦେଖାଇ ଦେବା । କୁ ଖାଲି ଅହିଂସା କୁହାଯାଏନି ସମୟ ସହ ଅହଂସାର ଋପରେଖ ବଦଳିଛି । ଯେମିତି ଶକ୍ତି ଆଉ ସ୍ବପ୍ନାର ପ୍ରେମ କାହାଣୀ । 


ରଚନା : Rajesh Kumar Barik

ଠିକଣା : DEBENDRAPUR, AVANA, BALASORE ଦୂରଭାଷ : 9998622336