ସ୍ବାର୍ଥପର ଏହି ମଣିଷ ସମାଜେ
                ଚଳିବା ହେଲାଣି କଷ୍ଟ
ସ୍ବାର୍ଥଲାଭ ପରେ ମୁହଁ ମୋଡି ଦେଇ
                ଯାଆନ୍ତି କେବଳ ଦୁଷ୍ଟ ।

ଯେତେଦିନ ସ୍ବାର୍ଥ ଥିବ ମୋ ପାଖରେ
                  କରନ୍ତି କେତେ ଆଦର
ସ୍ବାର୍ଥ ସରିଗଲେ ନ ଚାହାଁନ୍ତି ମୁହଁ
               କୁହନ୍ତି ମୋତେ ବେକାର ।

ବେକାର ପଛରେ ଧାଉଁ ଥିଲା ଦିନେ
                 ନଦେଇ କେଣେ ନଜର
ପାଇଗଲା ହାତ ଆଜି ତା ମୁଣ୍ଡକୁ
              କରୁନି ମୋତେ ଆଦର ।

ବନ୍ଧୁତା ଦିବସେ ଫୋନ କରି ଥିଲି
                 କହିଲା କେଉଁଠି ଘର
ଜାଣିତ ପାରୁନି ନାମ ଯେ ତୁମର
                   ପଡୁନି କାହିଁ ମନର ।

ପୁରୁଷ ହେଉକି ମହିଳା ହେଉ ସେ
                  କହିବିନି ନାମ ତାର 
ସେଦିନ ସମୟ ନାହିଁ ଆଜି ଆଉ
               ଚାକିରୀ କରେ ମାଷ୍ଟର ।

ଚାକିରୀ କରିଲା ସମ୍ମାନ ବଢିଲା
                ପାଇଲା ସେ ପୁରସ୍କାର
ବେଶି କହିଲେ ସେ ରାଗିଯିବ କାଳେ
                  ମାରିବ ମୋତେ ପଥର ।

ବନ୍ଧୁତା ଦିବସେ ମାଡ ଖାଇବାଟା
                  ନୁହଁଇ ଅଟେ ସୁନ୍ଦର
ଧନ୍ଯ ମହାପ୍ରଭୁ କି ଲୀଳା ତୁମର
                 ବସିଛ ହୋଇ ପଥର ।

ପଥର ହେଲକି କାଠର ଠାକୁର
               ଶ୍ରୀମନ୍ଦିର ତୋର ଘର
କାହିଁକି ଜାଳିଲୁ ବନ୍ଧୁତାକୁ ମୋର
                ପିଟିବି ତୋତେ ଏଥର ।

ବନ୍ଧୁତା ଦିବସେ ସାଜିଲ ବଇରୀ
                 ମନରେ ଦେଇ ଯେ କଷ୍ଟ
ଆଜି ମୁଁ କହୁଛି ତୋତେ ରେ କାଳିଆ
                     ହେବୁନି କେବେ ତୁ ଦୁଷ୍ଟ ।

ସ୍ବାର୍ଥ ସରିଗଲା ବନ୍ଧୁ ଭୁଲିଗଲା
                 ରହିଲାକି ଅବଶିଷ୍ଟ
ବନ୍ଧୁତା ଦିବସେ ବନ୍ଧୁକୁ ଛଡେଇ
              କଟିଲାକି ତୋର ରିଷ୍ଟ ।।

ନରେନ୍ଦ୍ର ପ୍ରସାଦ ବେହେରା,
ଆଳଦା, ଖଇରା, ବାଲେଶ୍ବର, ମୋ-୯୮୫୩୧୪୨୫୧୦