
ତୁମେ ବି ଏଇଠି ମୁଁ ବି ଏଇଠି
ହେଲେ କାହିଁ ସେହି ଦିନ
ଅପାଶୋରା ତୁମ ଛଳ ଛଳ ଆଖି
ଆଉ ସେଇ ଅଭିମାନ,
''ତୁମେ ତ କାହାର ଅଗଣା ଶିଉଳି
ମୁଁ କାହା ରଜନୀ ଗନ୍ଧା
ତୁମେ ଝରୁଥାଅ ପଥପରେ କାର
ମୁଁ କାହା ତୋରଣେ ବନ୍ଧା''
ସମୟଟା ଏଠି ବସନ୍ତ ବିଭୋର
ଫଗୁଣର ଜୟଗାନ
ହେଲେ ଶ୍ରାବଣର ଝଡ଼ରେ ଆତୁର
ଦୁଇ ଦେହ ଦୁଇ ମନ,
ସମୟ ବେଳାରେ ପଡି ରହିଅଛି
ଖାଲି ଯାହା ସ୍ମୃତି ଚିହ୍ନ
କିଛିଟା ତୁମର କିଛିଟା ମୋର
ନିଥର ସ୍ପନ୍ଦନ ହୀନ।।
0 Comments
You can write now your valuable comments here. Off-topic comments may be removed or deleted without prior notice.