ମୋ ମନେ କରିଛ ବସା
ସେଇ ଶଦ୍ଦ ନେଇ କବିତା ଲେଖଇ
ଲେଖିବାଟା ମୋର ନିଶା(୦)
କେବେ ଅନୁପ୍ରାସ କେବେ ଅଳଙ୍କାର
ଯମକେ ଯୁଗଳ ହୋଇ
ଛନ୍ଦମୟୀଗୋ ଛନ୍ଦି ଦିଅ ମତେ
କାଗଜେ କଲମ ଥୋଇ
ଲାଳିତ୍ୟ ଭାଷାରେ ଭସାଇ ଦେଉଛ
ପୀରତିର ନବ ଆଶା(୧)
ସାହିତ୍ୟର ତୁମେ......
କେତେଭାବ କେତେ ଭାବନାରେ ବୁଡି
ରଚଇ ପ୍ରେମ ଗୀତିକା
ସେ ଗୀତର ତୁମେ ଅନ୍ତରା ମୁଖୁଡା
କାବ୍ୟର ମୁଖ୍ୟ ନାୟିକା
ହୃଦୟର ଅଭିଧାନେ ମୁଁ ଖୋଜଇ
ମିଳନର ମାତୃଭାଷା(୨)
ସାହିତ୍ୟର ତୁମେ.......
ସନ୍ଧିବିଚ୍ଛେଦ ମୁଁ ହେବାକୁ ଦେବିନି
ଦୁଇଟି ମନକୁ କ୍ଷଣେ
ଭାରିଭଲ ଲାଗେ ହଜିବାକୁ ମତେ
ତୋ ରୂପର ବାକ୍ୟରଣେ
ଯତିପାତ ହୁଏ ରସ ଝରିଯାଏ
ଖୋଲିଗଲେ ତୋର ଖୋସା(୩)
ସାହିତ୍ୟର ତୁମେ.....
0 Comments
You can write now your valuable comments here. Off-topic comments may be removed or deleted without prior notice.