କବିତା - ଆଇନା - ଦେବବ୍ରତ ବାରିକ

0
କାଚ ଆଇନାରେ ମୁହଁ ମୋର ଆଜି
ଭାଙ୍ଗି ଗଲା ପରି ଲାଗୁଛି
ଆଇନା ଆଗରେ ଯେତେ ହସିଲେବି
ଆଖି ଲୁହ ଝରି ପଡୁଛି
କାନ୍ଦି କାନ୍ଦି ଆଜି ଆଖି ଗଲା ଭିଜି 
ସପନ ମୋ ଭାଙ୍ଗି ଯାଇଛି
ସମସ୍ତେ କୁହନ୍ତି ପାଗଳ ଦୁର୍ବଳ
ବୁଝି ବାକୁ କେହି ନାହାନ୍ତି 
ଜୀବନ ଯାପନ ମୋହ ମାୟା ପରା 
ସ୍ଵାର୍ଥହୀନ ଏଇ ସଂସାର 
କିଏ କହିପାରେ ଏକ ନୂତନ ସକାଳ 
ଆସିବ କି ନାହିଁ ଜୀବନେ ମୋର 
ସେଇ ପରିଚୟ ସୃଷ୍ଟି କରିଦିଏ
ଅଚିହ୍ନା ନାୟିକା କାହାଣୀ 
ମିଛ ମୋ କାହାଣୀ ଅଧା ରହିଗଲା 
କେମିତି କବି ମୁଁ ଜାଣିନି....

ଆନନ୍ଦପୁର, କେନ୍ଦୁଝର
ପିନ୍ - 758021, ଦୂରଭାଷ - 9348779394

Post a Comment

0Comments
Post a Comment (0)