ଯଶୋବନ୍ତି କୋଳ ଉଜ୍ଜ୍ଵଳ କରିଲେ
କିଣୁଦାସ ବୋଲାଇଲେ
ରତ୍ନବଟ ପିଠେ ଜନମ ତାଙ୍କର
ଅଚ୍ୟୁତ ଲେଖିଣ ଗଲେ ।।.......(୦)
ଦିବ୍ୟ ଚେତନାରେ ଅବିଭୂତ ମୋର
ଏ'ଦେଶ ଏ'ପୁର ମାଟି
ଆବିର୍ଭାବ କେତେ ସିଦ୍ଧ ଓ ସାଦ୍ଧକ
ରଖିଗଲେ ତାର ନାଁ ଟି ।।......(୧)
ଯଜ୍ଞ ହୋତ୍ରୀ ଯଜ୍ଞl ନେମାଳ ଗ୍ରାମରେ
ବସିଥିଲେ ପଞ୍ଚସଖା
ଦ୍ୱାପର ଯୁଗରୁ ଅବସ୍ଥାପିତ ଏହି
ରତ୍ନ ଯୋଡି ଦେଲା ଦେଖା ।।....(୨)
ପଞ୍ଚମ ପ୍ରଦେଶେ ତୁଳସୀ ନାମରେ
ଓଡରାଷ୍ଟ୍ର ଭକ୍ତ ଦାସ
ରତ୍ନବଟ ସ୍ଥଳେ କିଣୁ ଦାସ ନାମେ
ଛତିଆ ବଟ ରେ ମିଶ ।।.....(୩)
ଅଷ୍ଟସଖା ମେଳେ ପଞ୍ଚସଖା ଆସି
ରତ୍ନ ବଟ ସ୍ଥଳେ ମିଶି
ବ୍ରମଃ ଏକାକ୍ଷର  କଳକୀବତାର
ଗୁଜରି ରାହାସେ ମିଶି ।।.....(୪)
ବ୍ରହ୍ମl ବି' ଆସିବେ ବ୍ରହ୍ମଚାରି ବେଶେ
ଅନ୍ଧାର ଘୋଟିବ ମହୀ
ସେ' ସିଦ୍ଧ ସାଙ୍ଗରେ ମୁନି ମାନ ମିଳି
ହାଡ଼ି ଦାସ ଗଲେ କହି ।।.....(୫)
ବାଲ୍ମୀକ ଶିଷ୍ୟଏ ଠୁଳ ହୋଇ ତେଣେ
ରତ୍ନ ବଟ ଚାରି ବିଦ୍ୟା
ନାଗାନ୍ତ,ଯୋଗାନ୍ତ,ବେଦାନ୍ତ,ସିଦ୍ଧାନ୍ତ
ତେର ଦିନ ମେଳା ଭବ୍ୟl ।।....(୬)
ଗୁପ୍ତ ପରୀକ୍ଷା ଯେ' ବିରଜା କରିବେ
ସେହି ଚାରି ବିଦ୍ୟା ପୁଣୀ
ସ୍ତମ୍ବନ ମୋହନ ବଶ୍ୟ ଉଚ୍ଚାଟ
ବ୍ରହ୍ମ-ଏକାକ୍ଷର ଜାଣି ।।.....(୭)
ରତ୍ନ ବଟ ମୂଳେ ଚଉଷଠି ସହସ୍ର
ନାଗା ବି' କ୍ଷଣେ ମିଳିବେ
ମଣୀ ବଟ ହେଳେ ଉଭେଇଣ ଯିବ
ବରଣ ବଟ ଲୀନ ହେବ ।।.....(୮)
ଉତ୍ତରୁ ଆସିବ ଦକ୍ଷିଣେ ବର୍ଷିବ
ଯିବ ନୀଳଚକ୍ର ନେତ
ବାଇଶି ପାହାଚେ ଖେଳୁଥିବ ମୀନ
କଳିଯୁଗ ଶେଷ ହେବ ।।.....(୯)
ରତ୍ନ ବଟ ରେ ଲାଗିଯିବ ନିଆଁ
ବୁଡିବ ନେମାଳ ବଟ
ବାର ହାତ ଖଣ୍ଡା ବୁଲାଇବ କଳି
ଦେଖାଇବ କେତେ ହଟ ।।.....(୧୦)
ଯୋଗିନୀ , ଡାକିନୀ  ଛାଡିବେ ବୋବାଳି
କମ୍ପିବ ତ' ମହୀ ସ୍ଥଳ
ଚୌଦ୍ୱାର କଟକୁ ବହିବ ରୁଦ୍ଧିର
ଗୃହରେ ସ୍ୱାନ , ଶୃଗାଳ ।।.....(୧୨)
ଦ୍ୱାପରେ କକୁଆ କଳିରେ କଳଳକକୀ
ସଂଘାର କରିବେ ମ୍ଳେଛ
ବଛା ବଛି ହୋଇ ରହିଯିବେ କିଛି
ମାଳିକା ନୁହଁଇ ମିଛ ।।......(୧୩)
କଇଜଙ୍ଗା ଆଠ ଭକତ ମିଳିବେ
ସିଦ୍ଧେଶ୍ୱର ପୂରେ ନଅ
ରତ୍ନ ବଟ ଠାରୁ ଦୁଇକୋଷ ମଧ୍ୟେ
ଅଠାନବେ ଠାବ କହ ।।......(୧୪)
ଏ' ସାର ମାନଙ୍କୁ ନେଇ ସୃଷ୍ଟି ହେବ
ଆର ଏକ ସତ୍ୟ ଯୁଗ
ହାଡ଼ିଦାସ ଅବା ଅଚ୍ୟୁତ ମାଳିକା
ଲେଖିଗଲେ କରି ଯୋଗ ।।.....(୧୫)


ଛବିରାଣୀ ପତି
ମଧ୍ୟ ଶାସନ, ଜଗତସିଂହପୁର
ଫୋନ - ୯୩୩୭୯୬୦୦୬୦