
ବଇଶାଖୀ ଦେହେ ମମ
ବିତିଯାଉ ଏଇ ବିରହ ରଜନୀ
ନିଃଶେଷ ହେଉ କାମ,
ଆଲିଙ୍ଗନ ଆଉ ପ୍ରୀତି ଚୁମ୍ବନେ
ଆଦର ସମ୍ଭାଷଣେ
ଉରଜ ସରୋଜେ ଅର୍ପଣେ ତୁମ
ଅତୀବ ସଂଗୋପନେ ,
ଅବା ଜାଳିଦିଅ ସେ ରୂପ ଶିଖାରେ
ନିରୀହ ପତଙ୍ଗସମ
ସମାଧିସ୍ଥ ଲଭୁ ବାସନା ବାସର
ଅମର ହେଉ ଏ ପ୍ରେମ …।।
[Use latest version of web browsers for better optimization & browsing experience of this website.]