
ଦେଖତ ଲୁକର୍ ସଉକି,
ରାସ୍ତା,ଘାଟର ଇ ଗଛ୍ ସବୁ କାଟି
ଟାଉନ କରବେ ସଉକି.
ସୋନପୁର ହେଉ କି ସମଲପୁର୍ ହେଉ
କି ହେଉ ଅବା ବଲାଗିଂର୍ ,
ଚାରହିଆଡେ ଖାଲି ଲଂଡା ଦିଶୁଛେ
ନାଇନ ଗୁଟେ ବି ଡିର୍ .
ଖରାର୍ ମାଡଥି ହେଲାନ ପୁରଥି
ସତେ ପୁଡାଲା ଇଟା ଭାଟି,
ସର୍କାର୍ କହୁଚେ ସାଗୁଆ ଧରତି
ହେଲେ ପ୍ରଶାସନ୍ ଦେଉଛେ କାଟି.
ଦିନକୁ ଗୁଟେ କେତନି କେତେ ବନୁଛେ
ରକମ୍ ରକମର୍ ପ୍ଳାନ୍ ,
କାର୍ବନ୍ ଡାଈଅକସାଇଡ ବଢି ଚାଲିଛେ
ଖସୁଛେ ଇ ଅମ୍ଳଜାନ୍ .
ଜଲୁଛେ ସହର୍ ଜଲୁଛେ ସବୁ ଗାଁ
ଗଛ୍ ତ ନାଇନ ଗୁଟେ,
ଟିକେ ଅବେଲରେ ସବୁ ଛିନା ଛିନା
କେହି ନାହିଁ ବାଟେ ଘାଟେ.
ଦିଲ୍ଳୀରେ ସର୍କାର ଡିଙ୍ଗରା ପିଟୁଛେ
ଆନିଛେ ଗଙ୍ଗା ମିଶନ୍ ,
ଶିଖିତ୍ ସବୁ ତ ମୁରୁଖ ପଛାଡେ
ଟିପ ଚିହ୍ନା ମଂତ୍ରି ବନିଛନ୍ .
ସବୁ ଜାନୁଛନ୍ ସବୁ ଶୁନୁଛନ୍
ନାଇନ କାହାର ଗିଆନ୍ ,
ଗଛ୍ ଲଗାମା ଜୀବନ୍ ବଂଚାମାଁ
କହୁଛନ୍ ସବୁ ସିଆନ୍ .
ହେଲେ କାମରେ ନୁହେଁ ଭାଇ ଇଟା
ତୁଁଡେ କହୁଛନ୍ କଥା,
କଂପାନି ବସବା କମିସନ୍ ମିଲବା
ଜଙ୍ଗଲ୍ କରବେ ଫରଚା.
ପରିବେଶ୍ ଆମର୍ ଧସକି ଯାଉକି
ଜଙ୍ଗଲ୍ ଧସକି ଯାଉ,
ନେତା ମଂତ୍ରିଙ୍କର୍ ପକେଟ୍ ଚିନତା
ଲକ୍ଷ୍ମୀ ଖାଲି ଆସୁ ଥାଉ.
"ମହାନଦୀ" ମିଶନ୍ ଗଛ ଲଗାମା
ସର୍କାର ଦେଉଚେ ନାରା,
'ବିଜୁବାହିନୀ' କହି ବୁଲୁଛନ୍ ଖାଲି
ସାଗୁଆ କରବେ ଧରା.
ସେ ନାରାର୍ ସାଙ୍ଗେ ମିଶିଯିମାଁ ଭାଇ
ଇ ଧରତି ଟା ଯିବା ବଁଚି,
ଆଏଲା ପିଢିକେ ଉପହାର୍ ହେବା
ଯଦି ଜଙ୍ଗଲ୍ କେ ଥିମା ଛଁଚି
ଯଦି ଜଙ୍ଗଲ୍ କେ ଥିମା ଛଁଚି.