ସଖୀ !
ଶୃଙ୍ଗାର ରେ ତୁମ ଶଙ୍ଖନାଭି ଖୋଲା
ଆଗୋ କୃଶକଟୀ ବାରିଜାକ୍ଷୀ
ଉଲଟ ରମ୍ଭା ଯେହ୍ନେ ଜାନୁ ଦେଖି
ଉଡେ ଆଜ ପ୍ରାଣ ପକ୍ଷୀ ,
ମୀନ ନୟନା ଗୋ ଚମ୍ପକ ବରନା
ପୀନ ପୟୋଧରେ ତୋଷି
ଉଶ୍ୱାସ କଲେ ବିଶ୍ୱାସ ଜାଣ
ଦାସ ହେବ ନିଶ୍ଚେ ଖୁସି,
ଢଳି-ଢାଳି-ତୋଳି ଅଙ୍କେ-ବାଙ୍କେ-ରଙ୍କେ
ଘନ ଘନ ଦାନେ ବୋକ
ପାହି ଆସେ ନିଶି ଉଶ୍ୱାସ ଉଷସୀ
କଣ୍ଠେ ତୃଷ୍ଣା ଅହେତୁକ ।।


ରଚନା : ତପନ ଦୀକ୍ଷିତ(ବେଳାଭୂମି)

ଠିକଣା : ନାସିକେଶ୍ୱର, କାକଟପୁର, ପୁରୀ, ଦୂରଭାଷ : 9537400744