ପହିଲି କିରଣ ଧରଣୀକୁ ଛୁଇଁ
ଆଲୋକିତ କରେ ନିତି ଭବେ ,
ଦିଶେ ମୋତେ ଖାଲି ତୁମ ପ୍ରତିଛବି
କୋଇଲିର କୁହୁ ରାବେ ||
ପୂରୁବା ପବନ ଦେହକୁ ଛୁଇଁଲେ
ଦେହେ ଶିହରଣ ଖେଳେ,
ଲାଗେ ସତେ ମୋତେ ତୁମ ସ୍ପର୍ଶ ପରି
ମନେ କାମନାର ନିଆଁ ଜଳେ ||
କେମିତି କହିବି ସେ ସାରା ମୁହୂର୍ତ୍ତ
ବିତାଏ ଯେ ପ୍ରିୟା ମୁହିଁ,
ତୁଣ୍ଡରେ କହିଲେ ବୁଝି ନ ପାରିବ
ନୟନରେ ଯାଅ ଚାହିଁ ||

ରଚନା : ପ୍ରେମ୍ କୁମାର

ଠିକଣା : ନୂଆସହି, ବଡ଼ଶଳ, ଝାରପଖରିୟା, ମୟୁରଭଞ୍ଜ, 757086 ଦୂରଭାଷ : 7077371567