କବିତା - ମା - ସରସ୍ଵତୀ ପଣ୍ଡା

0
ଦଶମାସ ଦଶଦିନ ଗର୍ଭେଧରି
ମା ,ଜନମ ଦେଲୁ ମୋତେ,
କେତେଯେ ଯନ୍ତ୍ରଣା ଓ କେତେଯେ କଷ୍ଟ
ସହିଥିବୁ ତୁହି ସତେ।

ତୋ, ପାଇଁ ପରା  ଏ ସୁନ୍ଦର ଦୁନିଆଁ
ଦେଖିସିନା ମୁଁ ପାରିଛି,
ସେନେହଁ ମମତା ପାଇଣ ତୋଠାରୁ,
ଛୋଟରୁ ବଡ ହୋଇଛି।

ହାତଧରି ତୋର ଚାଲିଛି ବାଟ ମୁଁ
ଶିଖିଛି ତୋଠାରୁ କଥା,
ଝୁଣ୍ଟି ମୁଁ ପଡିଲେ ତୋଳି ତୁ ଧରିଛୁ
ଭୁଲିଛି ଯେତେକ ବ୍ୟଥା।

ନିଜେତୁ ନ ଖାଇ ଖୁଆଇ ପିଆଇ
ମୋ ଦେହେ ଭରିଛୁ ବଳ,
ତୋ ହାତ ପରସା ଅଟଇ ଅମୃତ
ମୋ ଝୁଲଣ। ତୋ କୋଳ।

ଦୁଃଖସବୁ ସହି ଦେଇଛୁ ଅଜାଡି 
ସୁଖର ଭଣ୍ଡାର ମୋତେ,
ମାଆ ବୋଲି ସିନା କ୍ଷମା କରିଅଛୁ
ଦୋଷ ଅପରାଧ ଯେତେ।

ଭାଇ ,ବାପା,ନାନୀ,ଜେଜେ,ଜେଜେମାଆ,
ସଭିଙ୍କ ଠାରୁ ତୁ ଭିନ୍ନ;
ଅଳି ଅଝଟମୋ ସବୁ ସହିଅଛୁ
ନିଜ ସୁଖ କରି ଛିନ୍ନ।

ଉନ୍ନତ ଭବିଷ୍ୟ ଗଢିବା ପାଇଁ ତୁ
କରୁ ବାର ଓଷା ବ୍ରତ,
ସଂସାର ରୂପକ ନାଟକେ ମାଆ ଲୋ
ଅଦ୍ଭୁତ ତୋର ଚରିତ୍ର।

ଉପଦେଶ ତୋର ମାନି ମୁଁ ଚଳିବି
ହେବିଲୋ  ଭଲ ମଣିଷ, 
ସ୍ବପ୍ନ ଯେତେ ତୋର କରିଲେଟି ପୁରା
ଲଭିବି ଆତ୍ମସନ୍ତୋଷ।

ସରସ୍ବତୀ ପଣ୍ଡା
ମାର୍ଫ ତ-ଜଗନ୍ନାଥ ପଣ୍ଡା,
ମଙ୍ଗଳପୁର,କନିକପଡା, ଯାଜପୁର
ପିନ-୭୫୫୦୧୧, ମୋ-୭୬୦୮୯୪୦୮୨୩ / ୯୭୭୭୪୭୫୦୧୮

Post a Comment

0Comments
Post a Comment (0)