ମିଛ ମାୟା ଏହି ଦୁନିଆଁ ଦାଣ୍ଡରେ 
        ଅପହଞ୍ଚ ମୋ' ଠିକଣା 
ଆଶା ନିରାଶାର ଭଉଁରୀ ଭିତରେ 
    ଜୀବନ ମୋ' ବାଟବଣା   ୲୲

ତୁ ପରା ଅଛୁ ମୋ' ଅନ୍ତର ବାହାରେ 
         ଅଛୁ ସର୍ବ ଚରାଚରେ 
ତଥାପି ଏ ନେତ୍ର ଖୋଜେ ନିରନ୍ତର 
       ହୃଦୟ ମୋ' ନିତି ଝୁରେ    ୲୲ 

ତୁ ଯଦି ବୁଝୁନୁ ମୋ' ମନ ବେଦନା 
        କହ ଆଉ କେ ବୁଝିବ
ମିଛରେ ଅନ୍ୟକୁ ଭରସା କରିଲେ 
        ଦୁଃଖ ସିନା ବଢିଯିବ   ୲୲ 

ମାରିଲେ ମାରିବୁ ତାରିଲେ ତାରିବୁ 
       ତୁ ଏକା ମୋର ଭରସା 
ତୋ' ପାଦେ ଶରଣ ପଶିଛି କାଳିଆ 
      ବିପଦେ ଦେଖାରେ ଦିଶା   ୲୲

ସଂଯୁକ୍ତା ରାଉତ, ଶିକ୍ଷୟିତ୍ରୀ 
ଜୟପୁର, କୋରାପୁଟ, ମୋ - ୯୩୪୮୮୮୧୬୨୯