କବିତା - ବୃକ୍ଷ ବଞ୍ଚାଅ - ଉମାକାନ୍ତ ଦାସ

0
ଗୋଟେ ବୃକ୍ଷ କାଟି ଶହେଟି ଲଗାଅ
         ଜଗତ ରକ୍ଷା ହୋଇବ
ମାଇକି  ଲଗାଇ  ଭାଷଣ  ନ  ଦିଅ
        ଦୁନିଆଟା ଭାସି ଯିବ ।।
ବିକାଶ ବିକାଶ ନାମେ ହୁଏ ନାଶ
        ଜଙ୍ଗଲ ସଫା କରିବ
ପାହାଡ ଉପରେ ସହର   ନିବାସ
    ବଡ କୋଠା ତୋଳାଇବ ।।
ବନମନ୍ତ୍ରୀ  ଆଉ  ଅଧିକାରୀ  ମିଶି
    ଚାରା  ପଇସା  ଖାଇବ
ପଦ ପଦବୀରେ ହୋଇଥାଅ  ଖୁସି
      ପଦୁଗଲେ ଉଦ୍ଗାରିବ ।।
ଜଙ୍ଗଲ  ସୁରକ୍ଷା  ଜୀବନର  ରକ୍ଷା
       ସ୍ବୟଂ ରକ୍ଷା କରୁଥିବ
ଦୁଇ ଗୋଟି ତରୁ ନିଜେ ପୋତି ସଖା
      ତା ମୂଳେ ଜଳ ସିଞ୍ଚିବ ।।
ପରିବେଶ  ଆମ୍ଭ   ହୋଇବ  ନିର୍ମଳ
       ଶୁଦ୍ଧ ପବନ ମିଳିବ
ଉତ୍ତମ  ସମୟେ  ବର୍ଷି  ବର୍ଷା ଜଳ
       ପ୍ରକୃତି ହସାଇ ଦେବ ।।
ବୃକ୍ଷଟି  ଲଗାଅ  ତାକୁ  ହିଁ  ବଞ୍ଚାଅ
      ଫଳ ପୁଷ୍ପ ଛାୟା ଦେବ
ମାନବର  ହାତେ ପ୍ରାଣ ବିନ୍ଦୁ ତାର
       ତା ହାତେ ବଞ୍ଚେ ମାନବ ।।

ଉମାକାନ୍ତ ଦାସ, ଲାଲବାଗ, ଖାନଗର
ମଙ୍ଗଳପୁର, ଯାଜପୁର, ମୋ - ୯୮୭୩୨୩୬୪୪୧

Post a Comment

0Comments
Post a Comment (0)