ତୋ ପାଇଁକି ଫଳ ନେଇ ଆସିଛି ମୁଁ
ଖୁସିରେ ଖାଆ ଲୋ ଲିଲି ,
କାଲିଠାରୁ କିଛି ନେଇଯିବି ଭାବି 
ସକାଳୁ ମୁଁ ତୋଳିଥିଲି ।

କେଇଦିନ ହେଲା ମାଉସୀ ଘରକୁ 
ଯାଇଥିଲି ମୁହିଁ ଏକା ,
ସେଥିପାଇଁ ପରା ତୋ ସାଥିରେ ଆଉ 
ହେଉ ନ ଥିଲା ମୋ ଦେଖା ।

ମଉସାଙ୍କ ସାଥେ ବୁଲିଲି ସିନା ମୁଁ
ତାଙ୍କ ପୁଅ ସହ ମିଶି ,
ମନେ ମନେ କିନ୍ତୁ ତୋତେ ଖୋଜୁଥିଲି
ଖେଳିବାକୁ ମିଳିମିଶି ।

ତୁମ ପୁଷି ଆଉ ଆମ ଟମି ଦୁହେଁ
ମନେ ପଡ଼ୁଥିଲେ ଭାରି ,
ମାଉସୀ ପୁଅର ଜନମଦିନ ତ 
ଯାଇଥିଲି ତେଣୁ କରି ।

କାଲି ସଞ୍ଜବେଳୁ ଫେରିଲା ପରଠୁ
ମନ ଖାଲି ହାଇଁପାଇଁ ,
ଆଜି ତେଣୁ ଏବେ ଭେଟିବାକୁ ଟିକେ
ତୋ ପାଶେ ଆସିଛି ଧାଇଁ ।

ମାମୁରିଆ, ଛେଣ୍ଡିପଦା, ଅନୁଗୋଳ