ବିକାଶ ହେଇଛି ମଣିଷ ଜୀବନ
ବିବର୍ତ୍ତନ ଧାରେ ଧାରେ
ବିଜ୍ଞାନ ଦେଇଛି ବାର୍ତ୍ତା ଯେ ନୂଆ
ଦିଗନ୍ତ ବିସ୍ତାରୀ ଏଇ ବିକାଶକୁ
ଶୀର୍ଷକୁ ଛୁଇଁବାରେ ।
ପ୍ରକୃତି ଆଜି ବିବସ୍ତ୍ର ହୋଇଛି
ଆଧୁନିକତାର ସ୍ପର୍ଶରେ
ବିନାଶ ତୋଳିଛି ବିଜ୍ଞାନ ସତେ
ପରିବେଶ ଆଜି ଲୁହ ନିଗିଡ଼ାଏ
ତାର ଏଇ ଦୁସ୍ଥିତିରେ
ମଣିଷ ସାଜିଛି ଶତ୍ରୁ ତାହାର
ଅତୀତକୁ ସିଏ ଝୁରେ ।
ଜଳ, ସ୍ଥଳ, ବାୟୁ, ଆକାଶ ଆବିଳ
ବେଦନା ବ୍ୟଥିତ ସ୍ଵରେ
ବାୟୁମଣ୍ଡଳ ଯେ ପ୍ରଦୂଷିତ ହୁଏ
ଛିଦ୍ର ଓଜୋନ ସ୍ତରେ
ଅତି ବାଇଗଣି ରଶ୍ମି ଆମନ୍ତ୍ରେ
ପ୍ରାଣଘାତୀ କର୍କଟରେ ।
ଯାନ ବାହନ ଓ କଳକାରଖାନା
ବଇରି ସାଜେ ବାୟୁରେ
ବୃକ୍ଷ ଚ୍ଛେଦନ ପରାଭବେ ପୁଣି
ଆତଙ୍କ ରଚନା କରେ,
ଆଶଙ୍କା ସଙ୍କୁଳ ମନକୁ ନିୟତ
ମୃତ୍ୟୁ ଯେ ହାତ ଠାରେ ।
ବିଶ୍ବ ଓଜନ୍ ଦିବସ ଆସିଛି
ସେପ୍ଟେମ୍ବର ଷୋହଳରେ
ପ୍ରଦୂଷଣ ରୋକି ସଚେତନ ହେବା
ଜୀବନକୁ ଜିଇଁବାରେ ।।

Writer's Details: ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି, ହାଟଡିହି, କେନ୍ଦୁଝର
Content Category:
Submission Date: Nov 14, 2019