କହଲୋ' ଚାନ୍ଦିନୀ କିଏ ଲୁଟିନେଲା
ତୋ ମନର ଶୀତଳତା
କିଏ ଆଙ୍କିଦେଲା ତାରା ଫୁଲମାଳେ
ତୋ ହୃଦୟେ ନୀରବତା..

ପ୍ରଶସ୍ତ ଗଗନେ ପ୍ରପଞ୍ଚ ଚିତ୍ତରେ
କେ' କଲା କ୍ଷଣ ଆୟୁଷ
ନଳିନୀ ପାଖୁଡା ଶୋଷେ କାଇଁ ନିତି
ତୋ ଛାତି ପ୍ରିତି ପିୟୁଷ..

ପ୍ରେମ ପାଗଳିନୀ କଳଙ୍କ କାଳିମା
ସାରା ଦେହେ ହେଲୁ ବୋଳି
ସୀମନ୍ତିନୀ ହୋଇ କୁଳ ଲଙ୍ଘୁ ତୁହି
ସୀମା ସରହଦ  ଭୁଲି..

କାନ୍ଦୁ କିବା ଲୁଚି ବଉଦ ଉହାଡେ
ନହେଖିଲେ ପ୍ରିୟ ମୁଖ
ନୟନେ ନୟନେ ସାଉଣ୍ଟି ଧରୁଛୁ
କହ ସେ କିଭଳି ସୁଖ..

କହଲୋ ସୁନ୍ଦରୀ କେଉଁ ତୃପ୍ତି ପାଉ
ପ୍ରେମିକ ପ୍ରବର ପାଶେ
ନିଶିଥିନି ସୁପ୍ତ ନିର୍ଜନ ଛାତିରେ
ଝରୁଥାଉ ରତି ଝାସେ..

ଫେରିଯାଅ ଆଜି ଶୂନ୍ୟ କରି କୋଳ
ଧିମା କରି ଦେହ ତାତି
ପଣତେ ପୋଛ ଗୋ' ଆଖି ଲୁହ ଏବେ
ଅବଶ ହେଲାଣି ରାତି..

ଶିବ ଚରଣ ମହାପାତ୍ର
ଚକ୍ରଧରପୁର, କେନ୍ଦୁଝର