ବିଜ୍ଞାନ ଆମ ବିଜ୍ଞାନ କର ତାର ଜୟଗାନ 

ପବିତ୍ର ହୋଇଲା ଖଣ୍ଡପଡ଼ା ଗ୍ରାମ
ଜନମ ଲଭିଲେ ପଠାଣି ସାମନ୍ତ 
ଗ୍ରହ ଉପଗ୍ରହ କଲେ ଅନୁଧ୍ୟାନ  
ସୃଷ୍ଟି କରିଗଲେ ସିଦ୍ଧାନ୍ତ ଦର୍ପଣ 
ସେ ଆମ ସାମନ୍ତ,,,

ବିଜ୍ଞାନ ଆମ ବିଜ୍ଞାନ କର ତାର ଜୟଗାନ 

ପଦାର୍ଥ ବିଜ୍ଞାନ କଲ ଅଧ୍ୟୟନ 
କରୁଅଛୁ ଆମ୍ଭେ ତୁମ ଗୁଣଗାନ
ସମୁଦ୍ର ତରଙ୍ଗ କଲ ନିରୀକ୍ଷଣ 
ଏ ଭାରତ ମାତା କଲା ଜୟଗାନ 
ସେ ଆମ ରମଣ,,,

ବିଜ୍ଞାନ ଆମ ବିଜ୍ଞାନ କର ତାର ଜୟଗାନ

ପାଇଅଛି ଦେଶ କେତେ ନୂଆ ଜ୍ଞାନ
କ୍ଷେପଣାସ୍ତ୍ର ତୁମେ କରିଛ ନିର୍ମାଣ
ଭାରତ ମାତାର ହେ ଯୋଗ୍ୟ ସନ୍ତାନ
ରାଷ୍ଟ୍ରପତି ପଦେ ହେଇଛ ଭୂଷଣ
ସେ ଆମ କଲାମ,,

ବିଜ୍ଞାନ ଆମ ବିଜ୍ଞାନ କର ତାର ଜୟଗାନ 

ଆବିଷ୍କାର ହେଲା ଏ ଟେଲିଭିଜନ 
ଆକାଶକୁ ଉପଗ୍ରହ ହୋଇଲା ପ୍ରେରଣ
ମହାକାଶକୁ ମାନବ କଲା ଅଭିଯାନ 
ଗ୍ରହ ଉପଗ୍ରହ ତଥ୍ୟ କଲା ନିରୂପଣ 

ବିଜ୍ଞାନ ଆମ ବିଜ୍ଞାନ କର ତାର ଜୟଗାନ

ଲଘୁଚାପ ଗୁରୁଚାପ ଜଣାଉଛି ଯନ୍ତ୍ର
ଆଗେଇ ଚାଲିଛି ଦେଖ ଚିକିତ୍ସା ବିଜ୍ଞାନ
ଇମେଲ୍‌ ଇଣ୍ଟରନେଟ୍‌ କରୁଅଛି କାମ
ବିନା ତାରେ ଚାଲୁଅଛି ଏଠି ଟେଲିଫୋନ 

ବିଜ୍ଞାନ ଆମ ବିଜ୍ଞାନ କର ତାର ଜୟଗାନ

ବିଜ୍ଞାନ ଦେଉଛି ନୂଆ ନୂଆ ଜ୍ଞାନ 
ପରିଶ୍ରମ କଲେ ମିଳଇ ସମ୍ମାନ
ଯେ ଦେଶେ ବିଜ୍ଞାନ ହୁଏ ବଳୀୟାନ
ଉନ୍ନତିର ପଥ ଅଟେ ସେ କାରଣ

ବିଜ୍ଞାନ ଆମ ବିଜ୍ଞାନ କର ତାର ଜୟଗାନ

ମାନସ ରଞ୍ଜନ ପଟ୍ଟନାୟକ 
ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ, ସାକ୍ଷିଗୋପାଳ, ପୁରୀ