
ଅବହେଳା ନ କରିବ,
ସମୟ ହେଉଛି ସଦା ଗତିଶୀଳ
ପଛକୁ ଚାହିଁ ନ ଯିବ ।୧।
ଶିକ୍ଷା ଦେଇ ଗଢି ତୋଳିଥିଲେ ତାକୁ
ଦିନେ ସିଏ ବଡ ହେବ,
ଭଲ କାମକରି ଦୁନିଆଁରେ ଜାଣ
କୁଳର ନାମ ରଖିବ ।୨।
ବଡ ହୋଇ କିଏ ଦେଶ ସେବା ପାଇଁ
ସୈନିକ ଟିଏ ସାଜିବ,
ବୈଜ୍ଞାନିକ ସିଏ ହୋଇତ ପାରିଲେ
ବିଶ୍ବର ସୁରକ୍ଷା ଦେବ ।୩।
ଶିକ୍ଷକ ହୋଇଲେ ଶିକ୍ଷା ଦାନ ଦେଇ
ପିଲାଙ୍କୁ ଗଢି ତୋଳିବ,
କୃଷକଟି ହେଲେ ଜୀବ ଜଗତର
ପେଟେ ଦାନା ଯୋଗାଇବ ।୪।
ଆଉ ଯେତେ ସବୁ ରହିଲେ ସମାଜେ
ଯେମିତି ଯାହା ସ୍ବଭାବ,
ସେଇ ଅନୁପାତେ ଫଳ ପ୍ରାପ୍ତ କରି
ମାନ ସମ୍ମାନ ପାଇବ ।୫।
ଶିଶୁ ଶ୍ରମିକଟି ନକରି ପିଲାଙ୍କୁ
ଯଦି ଭଲେ ଗଢିଥିବ,
ଆଗାମୀ ଦିନରେ ସଫଳତା ତାର
କିର୍ତ୍ତି ଧ୍ବଜା ଉଡାଇବ ।୬।
ସଂସାର ମଙ୍ଗଳ କାର୍ଯ୍ୟ କଲେ ପିଲା
ସବୁ ଦିନ ଯଶ ଥିବ,
ଯୁଗ ଯୁଗ ପାଇଁ ସଭିଏଁ ଝୁରିବେ
"କଥାଟି ଭୁଲିନ ଯିବ" ।୭।