କାଳିଆ ରେ .......... ମୋ କାଳିଆ ........
ତୁ' , ହାତରେ ଦେଲେ ତଡ଼େଇ
ମୁଁ' ତୋ' ପାଦରେ ପଡ଼ିବି ଯାଇ.....
ତୁ' ,ପାଦରେ ଦେଲେ ଆଡ଼େଇ
ତୋ' ପାହାଚେ ଗଡ଼ିବି ଯାଇ......
କାଳିଆରେ ଏଡେ ଭାଗ୍ୟ ମୋ'ର କାହିଁ
ତୁ, ହାତରେ ଦେଲେ ତଡ଼େଇ
ମୁଁ' ତୋ' ପାଦରେ ପଡ଼ିବି ଯାଇ ......(ଘୋଷା)
ଆନନ୍ଦ ବଜାରେ ଅଇଣ୍ଠା ଖାଇବି
ଭକତଙ୍କ ମାଡ଼ ସହି,
ପଣ୍ଡା ପଡ଼ିହାରୀ ଯେତେ ଦେଲେ ତଡ଼ି
ତୋ' ବେଢା ଛାଡ଼ିବି ନାହିଁ
ଆସିବକି ଧାଇଁ ମୋ' କଳା ମାଧୋଇ
ଗୋଇଠା ମାରିବା ପାଇଁ
କାଳିଆରେ ଏଡେ ଭାଗ୍ୟ ମୋ'ର କାହିଁ
ତୁ' ହାତରେ ଦେଲେ ତଡ଼େଇ
ମୁଁ' ତୋ' ପାଦରେ ପଡ଼ିବି ଯାଇ.... । ୨।
ବଡ଼ ଦାଣ୍ଡେ ତୋର ଭିକ ମାଗୁଥିବି
ଭିକାରୀଠୁ ତଡ଼ା ସହି ,
ହୀନ ଭୀକାରୀ ମୁଁ' ଦୁଃଖ କରୁନାହିଁ
ପତିତ ପାବନ ଚାହିଁ,
ଆସିବକି ଧାଇଁ ମୋ' କଳା ମାଧୋଇ
ଆଖି ମୋ' ତାଡ଼ିବା ପାଇଁ
କାଳିଆରେ ଏଡେ ଭାଗ୍ୟ ମୋ'ର କାହିଁ
ତୁ' ହାତରେ ଦେଲେ ତଡ଼େଇ
ମୁଁ' ତୋ' ପାଦରେ ପଡ଼ିବି ଯାଇ .....
ତୁ' ପାଦରେ ଦେଲେ ଆଡ଼େଇ
ତୋ' ପାହାଚେ ଗଡ଼ିବି ଯାଇ ......
କାଳିଆରେ ଏଡେ ଭାଗ୍ୟ ମୋ'ର କାହିଁ
ତୁ' ହାତରେ ଦେଲେ ଆଡ଼େଇ
ମୁଁ' ତୋ' ପାଦରେ ପଡ଼ିବି ଯାଇ.....। ୩।

ରଚନା : ଭଜରାମ ସେଠୀ

ଠିକଣା : ନିରାଳ, ଆସିକା, ଗଞ୍ଜାମ,   ଦୂରଭାଷ : 9566876504