କବିତା - ଗଛଟେ ଦିଅ ଲଗାଇ - ସୁଧାକର ସେଠୀ

0

କଂକ୍ରିଟ୍ ଜଙ୍ଗଲ ବଢି ଚାଲିଛି
ଦିଶୁନାହିଁ କାହିଁ ଗଛ
ଆଜିର ଦିବସେ ପ୍ରକୃତି ବିକଳେ
ଡାକୁଛି ତାକୁ ରଖ

ମା ବଞ୍ଚିଲେ ଛୁଆ ବଞ୍ଚିବ
ଦିଅନା ତାକୁ ମାରି
ଜୀବଜଗତ ହୋଇବ ଧ୍ବଂସ
ଦୁଷ୍ଟ ବୁଦ୍ଧି ଦିଅ ଛାଡି

ନିଜଗୋଡେ କୁରାଢୀ ମାରି
ଭଷ୍ମାସୁର ବନ ନିହିଁ
ଯେଉଁଠି ଅଛି ପଡିଆ ଖଣ୍ଡେ
ଗଛଟେ ଦିଅ ଲଗାଇ

ଜମ୍ବେଶ୍ବରପୁର, ବାଲେଶ୍ବର
ମୋ - ୯୩୩୭୬୮୧୫୨୪

Post a Comment

0Comments
Post a Comment (0)