
• ବିଶ୍ଵ ଚିନ୍ତାମଣି ବୈକୁଣ୍ଠାଧିପତି ବ୍ରହ୍ମ ବ୍ରହ୍ମାଣ୍ଡ ନାୟକ
• ସୂର୍ଯ୍ୟ, ଚନ୍ଦ୍ର, ତାରା, ଗ୍ରହ, ନକ୍ଷତ୍ର ଯା ହୃଦେ ହୃଦୟ ପଦକ
• ମୋ ଜୀବନ ସ୍ଵାମୀ ସେତ
• ତାଙ୍କ ପଦପଦ୍ମେ ମିନତୀ କରି ମୁଁ ଜଣାଏ ମୋହର ଦୁଃଖ ।।
•
• ପଙ୍କିଳ,ଆବିଳ ମୋ ଜୀବନ ସର ଅସ୍ଥିର,ବିକଳ ମନ
• ଦୁଃସହ ଦୁର୍ଦ୍ଦିନେ ଗତିକରି ଗାଏ ବୁକୁଫଟା ଗୀତ ମାନ
• ଲୁହ ଝରା ଏ ନୟନ
• ତୁମକୁ ଆଶ୍ରୟ କରି ନିତି ନାଥ କରଇ ତୁମ ଭଜନ ।।
•
• ଅଦିନ ବଉଦ ଘୋଟି ଚଉଦିଗ ଦିଶେ ଖାଲି ଅନ୍ଧତ୍କାର
• ଏ ଘନ ଅନ୍ଧାରେ ତୁମେ ଆଶା ଜ୍ଵୋତି ଦୁଃଖୀ ଜୀବନ ରେ ମୋର
• ପଥେ ନହୋଇ ପଥର
• ଆସ ହୁଅ ସାହା ଆହେ ଲକ୍ଷ୍ମୀ ନାହା ଅନ୍ତର୍ଯ୍ୟାମୀ ଜୀବେଶ୍ଵର ।।
•
• ବିକଳ ମୋ ସ୍ଵର ଶୁଣ ପ୍ରାଣେଶ୍ଵର ଦିଅ ହେ ବାରେ ଆଶ୍ରୟ
• କାହାକୁ କହିବି ମୋ ଦୁଃଖ ବାରତା ତୁମକୁ କରିଛି ଶ୍ରେୟ
• ଡାକେ ଆହେ ଦୟାମୟ
• ମୁକୁଳା ମୋ ହୃଦ ପଦ୍ମ ରେ ବିରାଜି ଦିଅ ଦିଅ ହେ ଅଭୟ ।।
କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
0 Comments
You can write now your valuable comments here. Off-topic comments may be removed or deleted without prior notice.