କବିତା - ବୁକୁଫଟା ମୋର ଗୀତ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0

• ବିଶ୍ଵ  ଚିନ୍ତାମଣି  ବୈକୁଣ୍ଠାଧିପତି  ବ୍ରହ୍ମ  ବ୍ରହ୍ମାଣ୍ଡ ନାୟକ
• ସୂର୍ଯ୍ୟ, ଚନ୍ଦ୍ର, ତାରା, ଗ୍ରହ, ନକ୍ଷତ୍ର ଯା ହୃଦେ ହୃଦୟ ପଦକ
• ମୋ ଜୀବନ ସ୍ଵାମୀ ସେତ
• ତାଙ୍କ ପଦପଦ୍ମେ ମିନତୀ କରି ମୁଁ ଜଣାଏ ମୋହର ଦୁଃଖ  ।।
•
• ପଙ୍କିଳ,ଆବିଳ ମୋ ଜୀବନ ସର ଅସ୍ଥିର,ବିକଳ ମନ
• ଦୁଃସହ ଦୁର୍ଦ୍ଦିନେ ଗତିକରି ଗାଏ ବୁକୁଫଟା ଗୀତ ମାନ
• ଲୁହ ଝରା ଏ ନୟନ
• ତୁମକୁ  ଆଶ୍ରୟ କରି ନିତି  ନାଥ କରଇ  ତୁମ ଭଜନ  ।।
•
• ଅଦିନ  ବଉଦ  ଘୋଟି  ଚଉଦିଗ  ଦିଶେ  ଖାଲି   ଅନ୍ଧତ୍କାର
• ଏ ଘନ ଅନ୍ଧାରେ ତୁମେ ଆଶା ଜ୍ଵୋତି ଦୁଃଖୀ ଜୀବନ ରେ ମୋର
• ପଥେ ନହୋଇ ପଥର
• ଆସ ହୁଅ ସାହା ଆହେ ଲକ୍ଷ୍ମୀ ନାହା ଅନ୍ତର୍ଯ୍ୟାମୀ ଜୀବେଶ୍ଵର  ।।
•
• ବିକଳ ମୋ ସ୍ଵର ଶୁଣ ପ୍ରାଣେଶ୍ଵର ଦିଅ ହେ ବାରେ ଆଶ୍ରୟ
• କାହାକୁ କହିବି ମୋ ଦୁଃଖ ବାରତା ତୁମକୁ କରିଛି ଶ୍ରେୟ
• ଡାକେ ଆହେ ଦୟାମୟ
• ମୁକୁଳା ମୋ ହୃଦ ପଦ୍ମ ରେ ବିରାଜି ଦିଅ ଦିଅ ହେ ଅଭୟ  ।।

କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

Post a Comment

0Comments
Post a Comment (0)