କବିତା - ମିତ୍ର - ରାକେଶ ସାହୁ

0

ମିତ୍ର 
ଏମିତି ଏକ ଶବ୍ଦ ଶୁଣିଲେ

କାହା ମନରେ ଖେଳେ ଶିହରଣ
କାହା ମନେ ଉଠେ ଅନେକ ପ୍ରଶ୍ନ ବାଣ ।।

ଡରୁଥିଲେ ସୁଦାମା ପାଇ କୃଷ୍ଣଙ୍କ ମିତ୍ରତା
ଡରିଥିଲେ ହୋଇଯିବ କାଳେ ତିକ୍ତତା ।।

ମିତ୍ର ବୋଲି ମାନିବା ସହଜ
ପାଳନ କରିବାକୁ ନଥାନ୍ତି ସଜ ।।

ମିତ୍ରତାର ଅଛି ନିୟମ ତିନିଟି
ବୁଝିବାରେ ଅଛି ଅନେକ କଥାଟି ।।

ପ୍ରଥମ ନିୟମ ଅଟେ ବିଶ୍ୱାସ
ନହେଲେ ରହେନି ଶ୍ୱାସ ।।

ସାଥିରେ ରହିବା ପାଇଁ କରିବ ପଣ
ଏହିଯେ ଦ୍ଵିତୀୟ ନିୟମଟି ଜାଣ ।।

ସୁଖ ଦୁଃଖର ହୋଇବ ସାଥି
ମିତ୍ରତାର ପ୍ରକୃତ ପ୍ରମାଣ ଏଟି ।।

ମିଳିବ ଯଦି ଜୀବନେ ଏମିତି ମିତ୍ର
ଜୀବନ ହେବ ଏକ ସଜୀବ ଚିତ୍ର ।।

ଆଙ୍କିହେବ ଯହିଁରେ କେତେ ସ୍ମୃତି
ଯାହାର ନଥାଏ କେବେବି ଇତି ।।

Writer's Details: ରାକେଶ ସାହୁ
Content Category:
Submission Date: Nov 11, 2019

Post a Comment

0Comments
Post a Comment (0)