ଓଡିଶା ନୁହଇଁ କେବଳ ପୁରୀ, କୋଣାର୍କ, ଭୁବନେଶ୍ୱର 
ସୌନ୍ଦର୍ଯ୍ୟରେ ଭରା ତିରିଶି ଜିଲ୍ଲାର ଏ ସମାହାର |
ଆସନ୍ତି କେତେ ଯାଆନ୍ତି କେତେ ସୁନ୍ଦରତାର ବାସ୍ନା ବାରିବାକୁ
ପୁଣି ପଛକୁ ଫେରି ଦେଖନ୍ତି ଏ ଓଡ଼ିଶାର ରୂପରେଖକୁ |
ବୁଝିବାକୁ ହୁଏ କଷ୍ଟ ଏଇ ରାଇଜର ଭୂଗୋଳକୁ,
ଉତ୍ତରରେ ନୁହେଁ କି ଦକ୍ଷିଣରେ ନୁହେଁ
ଓଡିଶା ରହିଛି ଠିକ ପୂର୍ବକୁ |

ଇତିହାସରେ ନାଁ ଅଛି ଏଇ ରାଇଜର,
ତଥାପି ଅବହେଳିତ ଏ ରାଜ୍ୟ ଏବଂ ଗରିମା ଏହାର |
ହୁଅନ୍ତୁ ସେ ଗୋପବନ୍ଧୁ କି ମଧୁ ବାରିଷ୍ଟର ,
ଉତ୍କଳ ଭୂମି ଏ ମାଟି ବୀରଙ୍କର |

ଆଦିବାସୀ ଜିଲ୍ଲା ବୋଲି ହୁଡ଼ି ପକାଉଛୁ କାହିଁ ,
ଆଦିମରୁ ଜାତ ତୁ ଆଦିବାସୀରୁ ତହିଁ |
ଯାନିଯାତ ପରବ ଗୌରବ ସବୁକୁ ଆଦରି
ଓଡ଼ିଆଣୀ ପାଳେ ଏଠି ପରଶେ ଖିରି ଆଉ ପୁରୀ |

କଟକର ବାଲିଯାତରା କି ସମ୍ବଲପୁରର ଶୀତଳଷଷ୍ଠୀ,
ସଭିଏଁ ଭାଇ ଭାଇ ମିଳିମିଶି ପାଳନ୍ତି ଏକାଠି |
ଚିଲିକାର ଦୃଶ୍ୟ ଅଟେ ଅତି ମନୋହର ,
ପୁରୀରୁ କୋଣାର୍କର ରାସ୍ତା ଯୋଗାଏ ଖୁସିର ଆହାର |

ଧାମରା ବନ୍ଦର ହେଉ କି ହେଉ ଚାନ୍ଦବାଲି ,
ସାଳନ୍ଦୀ , ବୈତରଣୀ ହସେ ଖିଲିଖିଲି |
ଯାଜପୁର ଜିଲ୍ଲା ମା' ବିରଜାଙ୍କ କ୍ଷେତ୍ର ,
ମା' ର ଦର୍ଶନରେ ଭରିଯାଏ ନେତ୍ର |
କୁସୁମା ପୋଖରୀ ଡାକେ ହାତକୁ ଠାରି ,
ଶୋଭା ସେ ବଢାଏ ଲଳିତଗିରି , ରତ୍ନଗିରି ଓ ଉଦୟଗିରି |

ତାଳଚେର ଗଣେଶ ପୂଜା
ଦେବଗଡର ପୁଷପୁନି ପର୍ବ ,
ଅନୁଗୁଳ ସାତକୋଶିଆ ଆମ ଓଡ଼ିଶାର ଗର୍ବ |
କଳା ହୀରାର ସହର ଆମ ତାଳଚେର,
ଆମ ଦେବଗଡ ଅଟେ ପ୍ରକୃତିର ଗନ୍ତାଘର |
ଝରଣାର ସହର ଜିଲ୍ଲା ଦେବଗଡ ,
ପ୍ରଧାନପାଟ , ଦେଓଝରନ ଏଠି ଝରେ ଝର ଝର |

ଢେଙ୍କାନାଳ ଲକ୍ଷ୍ମୀପୂଜା
ଘଟଗାଁ ମା' ତାରିଣୀ,
ସଭିଙ୍କ ଦୁଃଖ କରେ ଦୂର
ମା' ସେ ଦୁଃଖ ହରିଣୀ |
'ବାଜି' ସେ ଲଗେଇଇଦେଲା
ସୌନ୍ଦର୍ଯ୍ୟର ଗନ୍ତାଘର ଆମ କେନ୍ଦୁଝର ,
ସାନଘାଗରା ,ବଡଘାଗରା ମନକୁ ଡାକେ ବାରମ୍ବାର |

ଚାନ୍ଦିପୁର ଖେଳେ ଲୁଚକାଳି
ଯେତେ ଖାଇଲେ ବୁଝେନି ଏ ମନ
ବାଲେଶ୍ୱର ଛେନାଗଜା ଓ କେନ୍ଦ୍ରାପଡା ରସାବଳି |

ନାଚି ନାଚି ଯାଏ ନାଚି ନୀଳ ଢେଉ ତରଙ୍ଗ
ମା' ସାରଳାର ଦର୍ଶନକୁ ଝୁରୁଥାଏ ଏ ଆଖି ,
ଖୋର୍ଦ୍ଧାର କୋରା ଖଇ ପାଖେ ମନ ଯାଏ ଲାଖି |

ଇସ୍ପାତନଗରୀ ରାଉରକେଲା ବେଦବ୍ୟାସ
କୋଇଲିଘୁଘର ଜଳରାଶି
ପୁଣି ବିକ୍ରମଖୋଲ କହେ ଇତିହାସ |
ହକିର ପାନ୍ଥଶାଳା ଆମ ସୁନ୍ଦରଗଡ
କୋଇଲାଖଣିର କେନ୍ଦ୍ର ସେ ବେଲପାହାଡ |

ଓଡ଼ିଶାର ଭାତ ହାଣ୍ଡି ଆମ ବରଗଡ଼
ପୁଣି ମନ ଟାଣେ ନୟାଗଡ ଛେନାପୋଡ଼ |
ବରଗଡ଼ ଧନୁଯାତ୍ରା ଦୁନିଆରେ ନାଁ କଲା ,
ଗନ୍ଧମାର୍ଦ୍ଧନ ପର୍ବତ ଶୋଭା ବଢ଼ାଇଲା |

ବାରିପଦା ମୁଢି ମାଂସ ,ବଲାଙ୍ଗୀର ଚାଉଳ ବରା ,
ଘରେ ଘରେ ଜମେ ପଖାଳର ଆସର ଆସିଗଲେ ଖରା |
ଶୀତଦିନେ ନାଲି ଅଦା ଚା' ସଙ୍ଗେ ମୁଢି -ବାରମଜା,
ପଖାଳ ଭାତରେ ପିଆଜ ସାଙ୍ଗକୁ ଥାଏ ମାଛଭଜା |

ସୋନପୁର ବୋମକାଇ ଶାଢ଼ୀର ଚମକ,
ପୁଣି ଟେରାକୋଟା ହସ୍ତଶିଳ୍ପର ମହକ |
ଚାରିଶମ୍ଭୁ ମନ୍ଦିର ବଢାଏ ଯେ ଶୋଭା .,
ପ୍ରକୃତିର ଅପୂର୍ବ କଳା ପଦ୍ମତୋଳା ଅତି ମନଲୋଭା |

ଗଞ୍ଜାମର ଗର୍ବ କସ୍ତୁରୀମୂର୍ଗ ,
ଦାରିଙ୍ଗିବାଡ଼ି କହେ କଥା ଆମ ଓଡ଼ିଶାର ସ୍ୱର୍ଗ |
ଗଜପତି ଜିଲ୍ଲା ବଢାଏ ଓଡ଼ିଶାର ଶୋଭା ,
ଚନ୍ଦ୍ରଗିରି ଜିରାଙ୍ଗ ଆହାଃ କି ମନଲୋଭା |
ପାରଳାଖେମୁଣ୍ଡିର ରାଜରାଜୁଡା ନୀତି ଇତିହାସ କହେ ,
ବୃନ୍ଦାବନ ମହଲ ସେ ମନକୁ ଯେ ମୋହେ |

ଘୁମୁରା ଘୁମୁରା ନୃତ୍ୟ କଳାହାଣ୍ଡିର ଗୋୖରବ
ହବାସପୁରି ଶାଢ଼ୀ ପାଇଁ ଓଡିଶା କରେ ଗର୍ବ |
ଦେବଗିରି ପର୍ବତ କହେ ସମ୍ପୂର୍ଣ କାହାଣୀ ,
ଚେକାଗୁଡା ଝୁଲା ପୋଲ କହେ ଅସୁମାରୀ ବାଣୀ |

ମଣ୍ଡେଇ ଯାତ୍ରା ପାଇଁ ନବରଙ୍ଗପୁର ନାଁ କଲା ,
ସେଇ ମାଟିରେ ପୁଣି ମକା ଯେ ଚମକିଲା |
ସୁନାବେଡା ଅଭୟାରଣ୍ୟ ନୂଆପଡାରେ ଚମକିଲା
ଓଡ଼ିଶାର ଇତିହାସ ଏଇ ମାଟି ଯେ କହିଲା |

ଦେଓମାଳି ଶୃଙ୍ଗ ଓଡ଼ିଶାର ଗର୍ବ ,
ଲୋକେ ପାଳନ୍ତି ଖୁସି ହେଇ ଚୈତ୍ର ପର୍ବ |
ମାଲକାନଗିରି କହେ ବାଲିମେଳାର ଡ୍ୟାମର କାହାଣୀ ,

ସୁନ୍ଦର ରାଇଜ ମୋର ଓଡିଶା ମାଟି,
ସୁନ୍ଦରତାରେ ଭରା ମୋ ଦେଶ ଗାଁଟି |
ଓଡିଶା ନୁହଇଁ କେବଳ ପୁରୀ, କୋଣାର୍କ, ଭୁବନେଶ୍ୱର,
ଆସ ଆସି ଟିକେ ଆମ ଓଡିଶାକୁ ଜାଣ |

Writer's Details: Ranjita Das, NIT Rourkela, Odisha, India.
Content Category:
Submission Date: Nov 11, 2019