
ରାଧାମାଧବ ହେ
ଦେଖ, କି ହେଲାଣି ଏବେ
ସୄଷ୍ଟି ତୋର ,,,
କୄଷ୍ଣ ଦାମୋଦର ।୦।
ନୀତି ଆଦରଶ ଇତିହାସ
ସଂସ୍କାର ସଂସ୍କୃତି ଅପଭ୍ରଂଶ
ମାନବିକତାକୁ ପଛରେ ପକେଇ
ସ୍ବାର୍ଥସିଦ୍ଧି ପାଇଁ ତତପର,,,
କୄଷ୍ଣ ଦାମୋଦର ।୧।
ହଜିଲାଣି ଯୌଥ ପରିବାର
ଜ୍ଞାତି କୁଟୁମ୍ବଙ୍କୁ କରୁ ଦୂର
ବୄଦ୍ଧ ମାତାପିତା ଅଲୋଡା ମଣିଷ
ସତେକି ଯେପରି ସାତପର,,,
କୄଷ୍ଣ ଦାମୋଦର ।୨।
ଦୁଃସ୍ଥ ବିଦ୍ଯାଳୟ ପରିବେଶ
ନଷ୍ଟ ପରଂପରା ଗୁରୁଶିଷ୍ଯ
ଶିକ୍ଷାଦାନ ପାଇଁ ସମୟ ଅଭାବ
ଅନ୍ଯ କାର୍ଯ୍ଯେ ବ୍ଯସ୍ତ ଗୁରୁକୂଳ,,,
କୄଷ୍ଣ ଦାମୋଦର ।୩।
ଝିଅବୋହୂ ନୁହଁ ନିରାପଦ
ଜୀବନ ଜୀବିକା ବିପର୍ଯ୍ୟସ୍ତ
ଆଇନଶୄଙ୍ଖଳା ବିଗିଡି ଗଲାଣି
ମିଛ ବିରୋଧୀଙ୍କ ହଟଗୋଳ,,,
କୄଷ୍ଣ ଦାମୋଦର ।୪।
କିଛି ଅସମ୍ଭବ ନୁହେଁ ଏଠି
ଚଉକି ହାସଲ ମାପକାଠି
ନୀତିହୀନ ରାଜନୀତି ନେତାଙ୍କର
ଦେଶ ପଛେ ଯାଉ ରସାତଳ,,,
କୄଷ୍ଣ ଦାମୋଦର ।୫।
ଇତିଶ୍ରୀ ବେବିନା ନିହାରିକା
ପଣ୍ଯଦ୍ରବ୍ୟ ପରି ହେଲେ ବିକା
ଅର୍ଥ ପ୍ରତିପତ୍ତି ଆଗରେ ଇଜ୍ଜତ
ହୋଇଯାଏ ପ୍ରଭୁ ଛାରଖାର,,,
କୄଷ୍ଣ ଦାମୋଦର ।୬।
ଧର୍ମ ସଂସ୍ଥାପନ ପାଇଁ ଅର୍ଥେ
ଅବତରି ଆସ ଏ ଭାରତେ
ମ୍ଳେଚ୍ଛ ସଂହାରଣ କରହେ କେଶବ
ଏତିକି ମାଗୁଣି ସଲିଳ'ର,,,
କୄଷ୍ଣ ଦାମୋଦର ।୭।
ସଲିଳ କୁମାର ସ୍ବାଇଁ, ଶିକ୍ଷକ
ମଂଗଳାଯୋଡି,ଟାଂଗି,ଖୋରଧା
0 Comments
You can write now your valuable comments here. Off-topic comments may be removed or deleted without prior notice.