ଅର୍ଜୁନଙ୍କ ମୃତ୍ୟୁ ଖବର ଶୁଣିବା ପରେ ଯୁଦ୍ଧଭୂମିରେ ଅର୍ଜୁନଙ୍କ ପତ୍ନୀ ଚିତ୍ରାଙ୍ଗଦା ପହଞ୍ଚି ବିଳାପ କରିବାକୁ ଲାଗିଲେ । ସେ ଉଲୁପୀଙ୍କୁ କହିବାକୁ ଲାଗିଲେ ତୁମର ଆଜ୍ଞାରେ ମୋର ପୁତ୍ର ବବ୍ରୁବାହନ ନିଜ ପିତାଙ୍କ ସହ ଯୁଦ୍ଧ କଲେ । ଚିତ୍ରାଙ୍ଗଦା ବିଳାପ କରି ଉଲୁପୀଙ୍କୁ କହିଲେ ତୁମେ ତ ଧର୍ମ ବିଷୟରେ ଜାଣିଛ ଭଉଣୀ । ମୁଁ ତୁମଠାରୁ ଅର୍ଜୁନଙ୍କ ପ୍ରାଣ ଭିକ୍ଷା କରୁଛି । ଚିତ୍ରାଙ୍ଗଦା ଉଲୁପୀଙ୍କୁ କଠୋର ଭାଷାରେ କହିଥିଲେ । ତୁମେ ମୋର ପୁତ୍ରକୁ ଯୁଦ୍ଧ କରାଇ ତାଙ୍କ ପ୍ରାଣ ନେଇଗଲ । ମୋର ପୁତ୍ର ମରିଯାଉ ପଛେ କିନ୍ତୁ ତୁମେ ଅର୍ଜୁନଙ୍କୁ ଜୀବିତ କରିଦିଅ ନଚେତ ମୁଁ ନିଜର ପ୍ରାଣତ୍ଯାଗ କରିଦେବି ।

ଏହି ସମୟରେ ମୂର୍ଚ୍ଛିତ ହୋଇଥିବା ବବ୍ରୁବାହନଙ୍କ ଚେତା ଫେରିଥିଲା । ସେ ଦେଖିଲେ ତାଙ୍କ ମା' ଅର୍ଜୁନଙ୍କ ନିକଟରେ ବସି ବିଳାପ କରୁଛନ୍ତି ଏବଂ ବିମାତା ଉଲୁପୀ ମଧ୍ଯ ଛିଡା ହୋଇଛନ୍ତି । ବବ୍ରୁବାହନ ନିଜ ପିତା ପାଖରେ ବସି ବିଳାପ କରିବାକୁ  ଲାଗିଲେ ଏବଂ ପଣ କଲେ ଯେ ଏହି ରଣଭୂମିରେ ଆମରଣ ଅନଶନ କରି ଦେହତ୍ଯାଗ କରିବେ । ପୁତ୍ର ଏବଂ ମା'ଙ୍କ ବିଳାପ ଦେଖି ଉଲୁପୀଙ୍କ ହୃଦୟ ମଧ୍ୟ ତରଳିଯାଇଥିଲା ଏବଂ ସେ ସଞ୍ଜିବନୀ ମଣିକାର ସ୍ମରଣ କରିଥିଲେ । ନାଗମାନଙ୍କ ଜୀବନର ଆଧାରଭୂତ ମଣି ଉଲୁପୀଙ୍କ ସ୍ମରଣ ମାତ୍ରେ ପହଞ୍ଚି ଯାଇଥିଲା । ସେ ସେହି ମଣିକୁ ସ୍ପର୍ଶ କରାଇବା ମାତ୍ରେ ଅର୍ଜୁନ ଜୀବିତ ହୋଇଯାଇଥିଲେ ।

ମହାଭାରତ ଯୁଦ୍ଧ କିଛି ବର୍ଷ ପରେ ଅର୍ଜୁନଙ୍କ ଦ୍ବାରା ଯଦୁବଂଶ ଧ୍ବଂସ ହୋଇଥିବା କଥା ଶୁଣି ଯୁଧିଷ୍ଠିର  ବହୁତ ଦୁଃଖିତ ହୋଇଯାଇଥିଲେ । ମହର୍ଷି ବେଦବ୍ଯାସଙ୍କ କଥାମାନି ଦ୍ରୌପଦୀଙ୍କ ସହିତ ପାଣ୍ଡବ ରାଜ-ପାଟ ତ୍ଯାଗ କରି ସଶରୀର ସ୍ବର୍ଗ ଯିବା ପାଇଁ ନିର୍ଣ୍ଣୟ ନେଲେ । ଯାତ୍ରା କରି କରି ପାଣ୍ଡବ ହିମାଳୟ ପର୍ଯ୍ୟନ୍ତ ପହଞ୍ଚିଗଲେ । ହିମାଳୟର ଦୁର୍ଗମ କ୍ଷେତ୍ରରେ ଦ୍ରୌପଦୀ ଅସହଜ ହୋଇ ଖସିପଡିଥିଲେ । ଏହାପରେ ନକୁଳ,ସହଦେବ, ଅର୍ଜୁନ ଓ ଶେଷରେ ଭୀମ ଖସିପଡି ମୃତ୍ୟୁ ପ୍ରାପ୍ତ କରିଥିଲେ । ସର୍ବଶେଷରେ ଯୁଧିଷ୍ଠିର ଏବଂ ତାଙ୍କ ସହିତ ଯାଇଥିବା ଏକ କୁକୁର ସଶରୀର ସ୍ବର୍ଗରେ ପହଞ୍ଚିଥିଲେ ।

ସଂଗ୍ରାହକ - ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ବର, ମୋ-୯୮୫୩୧୪୨୫୧୦