(୧)

"ମାଟି ମାଆ ପାଇଁ ଜୀବନ ପ୍ରଦୀପ
ହସି ହସି ଲିଭିଯାଉ,
ପଥଭ୍ରଷ୍ଟ ନର ଲୁଚି ଛପି ମୂଢ଼
ହାଡ଼ ମାଂସ ମୋର ଖାଉ"
(୨)


"କିଏ ବା କାହିଁକି ମୋତେ ଭଲପାଅ
ଜଗତେ ମୁଁ ' ଯାଯାବର ?,
ଆଜିର କୁଡ଼ିଆ କାଲି କି ନ ଥିବ
ମଶାଣି ଠିକଣା ମୋର "

(୩)

"ସ୍ବାର୍ଥପର ଜନ ନ ଜାଣେ ସେ ପ୍ରେମ
ବାଞ୍ଛିବା ପାଇଁ ନାଟକ,
ଅଭିନୟ ତା'ର କୁମ୍ଭୀର କ୍ରନ୍ଦନ
ମଞ୍ଚ ମଧ୍ୟେ (ସେ) ଭଦ୍ରଲୋକ" !

( ୪)

"ନରମ ନରମ ମରମ ପରିକା
ବଚନ ଭାଷି କି ହେବ ?
ପଣ୍ଡିତ ବୋଲାଇ ଭ୍ରଷ୍ଟାଚାରୀ ହୁଏ
ତା'କୁ କେ' ଜ୍ଞାନୀ କହିବ" ?

(୫)

"ଦୁର୍ଜନ ଯେଉଁଠି ସର୍ପ କି କରିବ
ମରତେ ରହସ୍ୟ ଥାଏ ?,
ସଜନ ଯେଉଁଠି ଈଶ୍ବର ସେଇଠି
ମନ୍ଦିର ସେ ଘର ହୁଏ " ।



ରଚନା : ଭଜରାମ ସେଠୀ

ଠିକଣା : ନିରାଳ,ଆସିକା,ଗଞ୍ଜାମ,   ଦୂରଭାଷ : 9566876504