ତୁମେ ଭାବୁଥିଲ ବୋଲି ତ
ତୁମ ହୃଦୟର ସ୍ପନ୍ଦନକୁ ମୁଁ ଶୁଣି ପାରିଥିଲି,
ତୁମେ ଚାତକ ପରି ଅନେଇ ବସିଥିଲ ବୋଲି ତ
ଜହ୍ନ ରାଇଜରୁ ଡ଼ାକି ଆଣିଲି ।
ତାରାଙ୍କ ମେଳରେ ରୁନ୍ଧି ହେଇ ପଡ଼ିଥିଲ ବୋଲି ତ
ସେମାନଙ୍କୁ ଅମାବାସ୍ୟା ର ଅନ୍ଧକାର କୁ ଠେଲି
ପୁର୍ଣିମା ର ଆଲୋକ ଦେବାକୁ ତୋଳି ଆଣିଲି ତୁମକୁ ।
ତୁମେ ଗୁମସୁମ ହେଇ ବସିଥୁଲ ବୋଲି ତ
ବୁଲବୁଲ ବର୍ଷାର ପହିଲି ବୁନ୍ଦାକୁ
ପଠେଇ ଦେଇଥିଲି ତୁମରି ସ୍ପର୍ଶ ପାଇଁ,
ତୁମେ ହସୁ ନ ଥିଲ ବୋଲି ତ
ଶୀତଳ ପବନକୁ ପଠେଇ ଡ଼ାକି ଆଣିଥିଲି
ପିଆଲି ଫଗୁଣର ବାସ୍ନାକୁ ଖାସ ତୁମରି ପାଇଁ,
ତୁମେ କହିଲ ବୋଲି ତ
ତୁମ ହୃଦୟରେ ଜାଗାଟିଏ ତିଆରି କରିଦେଲି
ବାଇ ଚଢେଇ ପରି ବସାଟିଏ ବାନ୍ଧିବି ବୋଲି,
ତୁମେ କହିଲ ବୋଲି ତ
କବିତା ଟେ ଲେଖିଲି ଖାସ୍ ତୁମରି ପାଇଁ ।


ରଚନା : ରବୀନ୍ଦ୍ର କୁମାର ବିଶ୍ବାଳ

ଠିକଣା : ଆଚାର୍ଯ୍ୟ ବିହାର ଦୂରଭାଷ : 9337132233