
ଏ କି ଭଲ ବିଚାର
ବି. ନିରୁପମା
ମଥାରୁ କଳସୀ ଗଡ଼ିଯିବ କାହ୍ନା
ଅଞ୍ଚଳକୁ ମୋର ଛାଡ଼ ,
ଜାଣିଶୁଣି ଆଉ ଜଞ୍ଜାଳ କରନା
ଅଭାବ ହେଲାଣି ମାଡ଼ !!
ଟିକେ ଭାଇଠୁ ଶିଖ ....
ବଡ଼-ଭଦ୍ର ସେ କହନ୍ତି ଲୋକ ।
ଟିକେ ଭାଇଠୁ ଶିଖ ।
କେଡ଼େ ଶାନ୍ତଶିଷ୍ଟ ଗୁଣବାନ ସିଏ
ନାହିଁ ଜମା ଟିକେ ଖୁଣ ,
ବାଟରେ ଘାଟରେ ହଇରାଣ କରି
ଦେଖାନ୍ତିନି ମୁହଁ ଟାଣ ।
ସେ ତ ଗୁଣ ସାଗର ....
ତୁମେ ଅଟ ନାଟୁଆ ନାଗର ।
ସେ ତ ଗୁଣ ସାଗର ।
ତୁମ ପ୍ରତି ଟିକେ ଶରଧା କଲାରୁ
ଦେଖାଉଛ ଏତେ ଛଇ ,
ଜାଣି ଜାଣି ନିଜ ମହତ ସାରୁଛ
ରାଜାଘର ପୁଅ ହୋଇ ।
ଏ କି ଭଲ ବିଚାର ....
ଥରେ ବିବେକକୁ ତ ପଚାର ।
ଏ କି ଭଲ ବିଚାର ।
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।
0 Comments
You can write now your valuable comments here. Off-topic comments may be removed or deleted without prior notice.