Mark zuckerberg ଙ୍କ କିଛି ନୂଆ କରିବାର ପ୍ରୟାସ ରୁ 2005 ରେ ସୃଷ୍ଟି ହେଲା ଫେସବୁକ ଏକ ସାମାଜିକ ଗଣମାଧ୍ୟମ ।ଯେତେବେଳେ ତାଙ୍କ ବୟସ ଥିଲା ମାତ୍ର 19 ବର୍ଷ ।

ଫେସବୁକ ଆସିଲା ପରେ ବିରାଟ ପରିବର୍ତ୍ତନ ଆସିଛି ସମାଜରେ । ଫେସବୁକ ବ୍ୟବହାର କରିବାର କୌଣସି ନିର୍ଦିଷ୍ଟ ବୟସ ସୀମା ଅଛିକି? କେଉଁ ଦେଶରେ ଭିନ୍ନ ଭିନ୍ନ ନିୟମ ଥାଇପାରେ । ଆବାଳ ବୃଦ୍ଧ ବନିତା କିନ୍ତୁ ସକାଳ ବା ସଞ୍ଜ ଦିନ ହେଉ ବା ରାତି ଏହାକୁ ବ୍ୟବହାର କରନ୍ତି । ସେ ସୁଖ ହେଉକି ଦୁଃଖ କଥା ଆଙ୍ଗୁଠି ଚିପିଲେ ମୋବାଇଲ ଅବା କମ୍ପ୍ୟୁଟର ମାଧ୍ୟମରେ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚି ଯାଏ । ଖୁସିକୁ ଶତ ଗୁଣ କରେ ଆଉ ଦୁଖରୁ କିଛିଭାଗ ନିଶ୍ଚୟ କମାଏ ।

ବିଦ୍ୟାଳୟ ମହାବିଦ୍ୟାଳୟର ସାଙ୍ଗ ଅତୀତର କର୍ମସଂସ୍ଥାନର ସହକର୍ମୀ କେଉଁ ନଦୀ ଆଉ ଦରିଆ ସେପାରିରେ ରହିଯାଇଥିବା ଅତୀତର ପ୍ରେମିକ ପ୍ରେମିକାଙ୍କୁ ପୁଣିଥରେ ଏକାଠି କରିପାରିଛି ଏ ଫେସବୁକ ।

ନିଜ ଭିତରେ ରହିଯାଇଥିବା ଅନ୍ତନିର୍ହିତ ଗୁଣ କୁ ବିକାଶ କରିବାକୁ ପ୍ରେରଣା ଯୋଗାଏ । ବହୁ ଅତୀତରୁ କଲମ ଛାଡ଼ିଦେଥିବା ଲେଖକକୁ ଲେଖିବାକୁ ବାଧ୍ୟ କରେଇଛି ଏଇ ଫେସବୁକ ।

ବ୍ୟବାସାୟ ହେଉ ଅବା କଳା ସାହିତ୍ୟି ସଂସ୍କୃତି କ୍ରୀଡ଼ା ଯାହାର ଯେଉଁଥିରେ ରୁଚି ବ୍ୟକ୍ତିତ୍ୱର ବିକାଶ ଦିଗରେ ଆଗେଇଯିବାକୁ ପ୍ରେରଣା ଯୋଗାଇଛି ଏଇ ଫେସବୁକ ।

ଅସହାୟକୁ ମିଳି ପାରିଛି ସାହାଯ୍ୟ ସରକାର ଆଉ ସାମ୍ବାଦିକ ମାନଙ୍କ ସହିତ ସାଧାରଣ ଜନତାଙ୍କ ଯୋଡିପାରିଛି ଫେସବୁକ । ଶିଳ୍ପପତି ହୁଅନ୍ତୁ ଅବା ଧର୍ମଗୁରୁ ରାଜନେତା ହୁଅନ୍ତୁ ଅବା ଅଭିନେତା କି କ୍ରୀଡ଼ାବିତ ଅବା ପ୍ରଶାସକ ସମସ୍ତେ ତାଙ୍କ ମନଖୋଲା କଥା ଦିପଦ ଲେଖି ସାରା ଦୁନିଆ ଆଗରେ ନିଜ ଅନୁଭୂତିକୁ ବାଣ୍ଟି ଆତ୍ମତୃପ୍ତି ଲାଭ କରୁଛନ୍ତି ନିଶ୍ଚୟ ।

ନିଛାଟିଆ ରାସ୍ତାରେ ଦୁର୍ଘଟଣାରେ ପଡିଥିବା ବ୍ୟକ୍ତି ହେଉ ଅବା ବିରଳ ରକ୍ତ ଖୋଜୁଥିବା ରୋଗୀର ସମସ୍ୟାର ବାର୍ତ୍ତା ଏଇ ଫେସବୁକ ମାଧ୍ୟମରେ କେଇ ସେକେଣ୍ଡ ମଧ୍ୟରେ ସମସ୍ତଙ୍କ ପାଖରେ ପହଞ୍ଚି ପାରୁଛି ଏବଂ ସାହାଯ୍ୟ ମଧ୍ୟ ମିଳି ପାରୁଛି ।

ଧାନ ସହିତ ବାଳୁଙ୍ଗା ରହିଲା ଭଳି କିଛି ଅସାମାଜିକ ବ୍ୟକ୍ତିଙ୍କ କିଛି କୁ ବାର୍ତ୍ତା ଆଉ କୁକର୍ମର ପ୍ରଚାର ପ୍ରସାର ଯୁବପିଢି କାହିଁକି ସାରା ସମାଜର ସବୁସ୍ତରକୁ ପ୍ରଭାବିତ କରି କ୍ଷତି ପହଂଚାଉଛି ନିଶ୍ଚୟ । ଗାଁଠୁ ସହର ବନ୍ଧୁ ବନ୍ଧୁ ମଧ୍ୟରେ ପରିବାରର ସଦଶ୍ୟ ଙ୍କ ମଧ୍ୟରେ ଦୂରତା ବଢିଛି । କେହି କାହାସହିତ କଥା ହେବା ଅପେକ୍ଷା ମୋବାଇଲରେ ସମୟ ଦେବାକୁ ବେସି ପସନ୍ଦ କରୁଛନ୍ତି । ଆଉ ମିଛ ଫଟୋ ଆଉ ମିଛ ତଥ୍ୟଦେଇ ମଧ୍ୟ ଫେସବୁକ ଖୋଲା ଯାଉଛି ଯାହା ଫେକ ଆକାଉଣ୍ଟ ନାମରେ ଚର୍ଚ୍ଚିତ ଏବଂ ଭୟଙ୍କର । ଏହି ଫେକ ଆକାଉଣ୍ଟ 14 କୋଟି 50 ଲକ୍ଷ ବୋଲି ଏକ ତଥ୍ୟରୁ ଜଣାଯାଏ । ନାନି ଯାଉଛି ଯାତରା ଦେଖି ମୁଁ ଯିବି ଯାତରା ଦେଖି ନ୍ୟାୟରେ ଅନେକ ସମୟରେ ଅନେକ ବ୍ୟକ୍ତି ଜାଣିନଥିବା ବିଦ୍ୟାରେ ହାତ ମାରି ଅପଦସ୍ତ ମଧ୍ୟ ହେଉଛନ୍ତି ।

ଅନେକ ସମୟରେ କିଛି ମତ ପାର୍ଥକ୍ୟ କୁ ନେଇ ବାକ ଯୁଦ୍ଧ ଯାହାକି ଏଠାରେ କମେଣ୍ଟ ଯୁଦ୍ଧର ରୂପ ନେବା ସହିତ ଅନେକଙ୍କ ମାନ ମହତ ମାଟିରେ ପକୋଉଛି । ତାପରେ ବନ୍ଧୁତାର ନାଟକରେ ପଡୁଛି ଯବନିକା ଅନଫ୍ରେଣ୍ଡ ଆଉ ବ୍ଲକ ମାଧ୍ୟମରେ । ତାପରେ ଚାଲୁଥିବା ପୋଷ୍ଟ ଦୁଇ ସଉତୁଣୀ ଙ୍କ ଭିତରେ ଚାଲୁଥିବା କଳହଠାରୁବି ଆହୁରି ଭୟଙ୍କର ।

ଟୁଇଟର ହ୍ଵାଟ୍ସଆପ ଏମିତି ଯେତେ ସାମାଜିକ ଗଣମାଧ୍ୟମ ରହିଥିଲେବି ଫେସବୁକ ଯେ ସର୍ବାଦୌ ଅଗ୍ରଗଣ୍ୟ ଏହା ନିସନ୍ଦେହ । ଏଇ ବିଂଶ ଶତାବ୍ଦୀର ପରେପରେ *ଫେସବୁକ* ଯେ ଗୋଟେ ବନ୍ଧୁର ପରିଚୟ ନେଇପାରିଛି ଏଥିରେ ସନ୍ଦେହ ନାହିଁ ।

ସିଦ୍ଧେଶ୍ବର ତ୍ରିପାଠୀ


ରଚନା : ସିଦ୍ଧେଶ୍ବର ତ୍ରିପାଠୀ

ଠିକଣା : କୁଣ୍ଡିଲୋ କେରଙ୍ଗ ଖୋର୍ଦ୍ଧା ଦୂରଭାଷ : 8018646704