*ଅନଫ୍ରେଣ୍ଡ*

ଆଜି ଦିପହର ଟାରେ ପୁରୁଣା ଡାଏରି ଭିତରୁ ପ୍ରେମିକାର ଦିଚାରିଟା ଫଟୋ ଦେଖି ସାରିଲା ପରେ କେତେବେଳେଯେ ମୋ ଆଖିକୁ ଟିକେ ଛାଇ ନିଦ ଲାଗିଯାଇଛି ମୋତେ ଜଣା ନାହିଁ ।

ସେଇ ନିଦ ଭିତରେ ମୁଁ ଗୋଟେ ସ୍ୱପ୍ନ ଦେଖିଲି ଜଣେ ବଡ କବି କେତେ ବଡ ସେତେ ମନେପଡୁନି, ସେ ମୋ ପାଖରେ ଆସି ପହଂଚିଛନ୍ତି । ଗୋଟେ ଆଦେଶ ଆଉ ଧମକ ମିଶା ସ୍ୱରରେ ମୋତେ କହୁଛନ୍ତି ତୁମେ ମୋ ଲେଖା ପଢ଼ି ଲାଇକ କାଇଁ ଦଉନ ମୋ ଲେଖାରେ କମେଣ୍ଟ ଦିଅ ମୋ ଲେଖାକୁ ସେୟାର କର । ଆଉ ହଁ ମୋ ନୂଆ ବହି ଏବେ ଆମାଜନରେ ମିଳୁଛି ପଢ଼ିଲା ପରେ ମତାମତଟା ଫେସବୁକରେ ସେୟାର କରିବ । ତମେ ଯଦି ପାଖଲୋକ ହେଇ କିଛି ନକହିବ ତାହେଲେ ମୁଁ ତୁମକୁ ଅନଫ୍ରେଣ୍ଡ କରିଦେବି ।

ସେ ଅଧାବାଟ ଚାଲିଯାଇଥିଲେ ଟିକେ ପଛକୁ ଫେରି ଭାରି ମିଠା ସ୍ୱରରେ କହିଲେ ତମାଆଡ଼େ କୋଉ ଅନୁଷ୍ଠାନରୁ ଆମ ପାଇଁ କାଗଜଖଣ୍ଡେ ଆସୁ । ହଉ ଭଲରେ ଥାଅ ଏବେ ନୂଆ ନୂଆ ଝିଅ ଗୁଡା ଭଲ ଲେଖୁଛନ୍ତି ତାଙ୍କ ଲେଖା ଦେଖିବ କେତେ ମାର୍ଜିତ ।

ବଡକବି ବାହାରକୁ ଚାଲିଯାଇଥିଲେ ।ମୋବାଇଲଟା ବାଜି ଉଠିଲା ଆଖି ଖୋଲିଲା ବେଳକୁ ମୁଁ ଖଟ ଉପରେ କବି ନା ଫବି କେହି ନାହାନ୍ତି ପାଖରେ ।  ଖାଲି ଯାହା ମୋ ମୁଣ୍ଡ ଉପରେ ଘର ଘର ଶବ୍ଦରେ ବୁଲୁଥିଳା କୋଉ କାଳର ପୁରୁଣା ପଙ୍ଖା ।


ରଚନା : ସିଦ୍ଧେଶ୍ବର ତ୍ରିପାଠୀ

ଠିକଣା : ଖୋର୍ଦ୍ଧା ଦୂରଭାଷ :